ଏଲିନା ଦେଇଛନ୍ତି କେବଳ ଗୋଟିଏ ବ୍ଲକ୍‌ବଷ୍ଟର୍‌ ସିନେମା!

Advertisment
ଏଲିନା ଦେଇଛନ୍ତି କେବଳ ଗୋଟିଏ ବ୍ଲକ୍‌ବଷ୍ଟର୍‌ ସିନେମା!

Incredible Orissa

ଓଲିଉଡ଼୍‍ର ଚୁଲୁବୁଲି ନାୟିକା ଏଲିନା ସାମନ୍ତରାୟ ଓରଫ ଏଲିନାଙ୍କୁ ଇତିମଧ୍ୟରେ ଓଡ଼ିଆ ଦର୍ଶକ ନଅଟି ଓଡ଼ିଆ ଛବିରେ ଦେଖିସାରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଇଶ୍କ ତୁ ହିଁ ତୁ’, ଯାହା ୨୦୧୫ରେ ରିଲିଜ୍‌ ହୋଇଥିଲା। ତରଙ୍ଗ ସିନେ ପ୍ରନକସନ୍‌ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଅରିନ୍ଦମ୍‌ ଥିଲେ ତାଙ୍କର ନାୟକ। ସେହି ବର୍ଷ ତାଙ୍କୁ ଅନ୍ୟ ଦୁଇଟି ଓଡ଼ିଆ ଛବି ‘କେହି ନୁହେଁ କାହାର’ ଓ ‘ଜଗା ହାତରେ ପଘା’ରେ ମଧ୍ୟ ଦେଖିବାକୁ ମିଳିଥିଲା।

publive-image odiarocks.in

୨୦୧୬ରେ ଏଲିନାଙ୍କର ଦୁଇଟି ସିନେମା ରିଲିଜ୍‌ ହୋଇଥିଲା।ଏଥିମଧ୍ୟରୁ ଗୋଟିଏ ହେଲା‘ଲଭ୍‌ ଷ୍ଟେସନ୍‌’ଓ ଅନ୍ୟଟି ହେଲା ‘ଝିଅଟି ବିଗିଡ଼ି ଗଲା’।ଠିକ୍‌ ସେହିପରି ୨୦୧୭ରେ ତାଙ୍କ ଅଭିନୀତ ସିନେମା ଥିଲା ‘ଅଭୟ୍‌’,‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ଓ ‘କାବୁଲା ବାରବୁଲା ସର୍ଚ୍ଚିଂ ଫର୍‌ ଲୈଲା’। ଏବର୍ଷ ଏଯାବତ୍‌ ଏଲିନାଙ୍କର କେବଳ ଗୋଟିଏ ଓଡ଼ିଆ ଛବି ରିଲିଜ୍‌ ହୋଇଛି। ଏହା ହେଲା ‘ହାପି ଲକି’।
ଏଲିନାଙ୍କର ସଂପ୍ରତି ଏକ ଫିଲ୍ମ ରିଲିଜ୍‌ ଅପେକ୍ଷାରେ ରହିଛି। ତାହା ହେଲା ସାର୍ଥକ ମ୍ୟୁଜିକ୍‌ର ନୂଆ ସିନେମା ‘ଟୋକାଟା ଫସିଗଲା’। ଏହି ସିନେମାରେ ସେ ପ୍ରଥମଥର ପାଇଁ ନଜର ଆସିବେ ସବ୍ୟସାଚୀଙ୍କ ବିପକ୍ଷରେ।ଏଲିନାଙ୍କ କ୍ୟାରିଅର୍‌ ଠିକ୍‌ଠାକ୍‌ ଚାଲିଛି ବୋଲି କୁହାଯାଇପାରେ। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଇଶ୍କ ତୁ ହି ତୁ’ ସମେତ ଅନ୍ୟ ଅଧିକାଂଶ ସିନେମା ଆଭରେଜ୍‌ ବ୍ୟବସାୟ କରିଥିବା କୁହାଯାଏ। ଏଯାବତ୍‌ ତାଙ୍କ ଖାତାରେ ରହିଛି କେବଳ ଗୋଟିଏ ବ୍ଲକ୍‌ବଷ୍ଟର ଫିଲ୍ମ। ଏହା ହେଲା ‘ଲଭ୍‌ଷ୍ଟେସନ୍‌’।

publive-image Incredible Orissa

୨୦୧୬ର ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏଥିରେ ଏଲିନାଙ୍କ ନାୟକ ଥିଲେ ବାବୁସାନ୍‌। ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ପପୁ ପମ୍‌ପମ୍‌,ସଲିଲ୍‌ ମିତ୍ର,ପୁଷ୍ପା ପଣ୍ଡା ଓ ଜୀବନ ପଣ୍ଡା ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ୍‌ ମଜୁମଦାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe