ଫିଲ୍ମ 'ବାଜିରାଓ ମସ୍ତାନୀ'ରେ ଦୀପିକାଙ୍କୁ ଦେଖି ଏଭଳି ଟ୍ବିଟ କରିଥିଲେ ଏଲନ ମସ୍କ, ଦୀପିକା ବି ଦେଇଥିଲେ ପ୍ରତିକ୍ରିୟା

Advertisment
ଫିଲ୍ମ 'ବାଜିରାଓ ମସ୍ତାନୀ'ରେ ଦୀପିକାଙ୍କୁ ଦେଖି ଏଭଳି ଟ୍ବିଟ କରିଥିଲେ ଏଲନ ମସ୍କ, ଦୀପିକା ବି ଦେଇଥିଲେ ପ୍ରତିକ୍ରିୟା

aajtak

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରର ନୂତନ ମାଲିକ ହେବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବା ପରେ ଏବେ ଏଲନଙ୍କ କିଛି ପୁରୁଣା ଟ୍ବିଟ ଭାଇରାଲ ହେବାରେ ଲାଗିଛି। ସେ କରିଥିବା ଟ୍ବିଟ ମଧ୍ୟରେ କିଛି ଏଭଳି ଟ୍ବିଟ ରହିଛି, ଯେଉଁଥିରେ ସେ ଦୀପିକ‌ାଙ୍କୁ ପ୍ରଶଂସା କରିଛନ୍ତି। କିଛି ନକହି ବି ସେ ଇମୋଜି ମାଧ୍ୟମରେ ସବୁ କିିଛି କହି ଦେଇଛନ୍ତି।

ଡିସେମ୍ବର ୨୧, ୨୦୧୮ରେ ମସ୍କ କରିଥିବା ଏହି ଟ୍ବିଟରେ ସେ 'ବାଜିରାଓ ମସ୍ତାନୀ' ଲେଖିବା ସହ ଦୁଇଟି ହଳଦିଆ ରଙ୍ଗର ହୃଦୟ ଇମୋଜି ଦେଇଛନ୍ତି। ଏହା ସହ ତଳେ ଏକ ୟୁଟ୍ୟୁବ ଲିଙ୍କ ଦିଆଯାଇଛି। ଲିଙ୍କକୁ ଖୋଲିବା ପରେ ଫିଲ୍ମ‌ରେ ଦୀପିକା ନାଚିଥିବା ଗୀତ 'ଦିୱାନୀ ମସ୍ତାନୀ'ର ଭିଡିଓ ଆସୁଛି। ତେବେ କିଛି ନକହି ମଧ୍ୟ ମସ୍କ ଇମୋଜି ଦେଇ ତାଙ୍କୁ ଏହି ଫିଲ୍ମ ଓ ଗୀତ କେତେ ଭଲ ଲାଗିଥିଲା ତାହା ଜଣାଇଛନ୍ତି।

ତେବେ ମସ୍କଙ୍କ ଏଭଳି ଟ୍ବିଟ ପରେ ଉଭୟ ରଣବୀର ସିଂହ ଓ ଦୀପିକା ପାଦୁକୋନ ନିଜର ପ୍ରତିକ୍ରିୟା ଦେଇଥିବା ଦେଖାଯାଇଛି। ରଣବୀର ମସ୍କଙ୍କ ଟ୍ବିଟକୁ ଲାଇକ୍ କରିଥିବା ବେଳେ ଦୀପିକା ମସ୍କଙ୍କ ଟ୍ବିଟକୁ ରି-ଟ୍ବିଟ କରି ହାତ ଯୋଡ଼ି ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe