ଏହି ଓଲିଉଡ ନାୟିକା ଏବେ ପ୍ଲସ ଟୁ ସେକେଣ୍ଡ ଇଅର୍‌ର ଛାତ୍ରୀ

Advertisment
ଏହି ଓଲିଉଡ ନାୟିକା ଏବେ ପ୍ଲସ ଟୁ ସେକେଣ୍ଡ ଇଅର୍‌ର ଛାତ୍ରୀ

ଭୁବନେଶ୍ୱର:ଜଣେ ଓଲିଉଡ ନାୟିକାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଦୀପୁ ଦ ଡ୍ୟାନ୍‌ସ ବୟ’ । ଏଥିରେ ତାଙ୍କର ନାୟକ ଥିଲେ ମନୋଜ ରାଉତ। ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି ସେ ହେଲେ ଏଲସା ଘୋଷ। ଏଥିରେ ଏଲିସାଙ୍କ ଅଭିନୀତ ଚରିତ୍ରର ନାଆଁ ଥିଲା ସୌମ୍ୟା। ତା’ପରେ ଏଲିସାଙ୍କୁ ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ‘ଭୈରବ’ ସିନେମାରେ ଦେଖିବାକୁ ମିଳିତିଲା। ଏଥିରେ ତାଙ୍କ ଅଭିନୀତ ଚରିତ୍ର ଥିଲା ସୁରଭି।

publive-image

ଏବେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ତୁ ମୋ ସୁନା ଚଢେଇ’ ସିନେମାରେ ଫିମେଲ୍‌ ଲିଡ୍‌ରେ ଆସୁଛନ୍ତି ଏଲ୍‌ସା। ଏଥିରେ ତାଙ୍କୁ ଦର୍ଶକ ଶିବାନୀ ଭୂମିକାରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି ଜ୍ୟୋତି।ଏଲ୍‌ସା ଏଥିରେ ଏକ ଇଚ୍ଛାଧାରୀ ନାଗୁଣୀ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ହାତରେ ରହିଛି ଅନ୍ୟ ଏକ ସିନେମା ଯାହାର ଟାଇଟଲ ହେଲା ‘ଫିଲ୍‌ ମାଇଁ ଦିଲ୍‌’। ହେଲେ ଆପଣ ଜାଣନ୍ତି କି ଏଲସା ଏବେ ପ୍ଲସ ଟୁ ସେକେଣ୍ଡ ଇଅର୍‌ର ଛାତ୍ରୀ । ଏଲ୍‌ସା ଅବସର ସମୟରେ ବିଭିନ୍ନ ପ୍ରକାରର ବହି ପଢିବାକୁ ପସନ୍ଦ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe