ଗୁଳିକାଣ୍ଡ ପରେ ଏଲଭିଶ ବାପାଙ୍କ ପ୍ରତିକ୍ରିୟା

Advertisment

ରାମ ଅବତାର ଯାଦବ କହିଛନ୍ତି, "ସିସିଟିଭିରୁ ଜଣାପଡୁଛି ଯେ ୧୫ ରୁ ୨୦ ରାଉଣ୍ଡ ଗୁଳି ଫୁଟିଥିଲା। ମୁଁ ଉଠିବା ବେଳକୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଆମେ ଘରର ତଳକୁ ଆସିବା ପରେ ଗୁଳିସବୁ ବିଛେଇ ହୋଇପଡ଼ିଥିଲା।

ରାମ ଅବତାର ଯାଦବ କହିଛନ୍ତି, "ସିସିଟିଭିରୁ ଜଣାପଡୁଛି ଯେ ୧୫ ରୁ ୨୦ ରାଉଣ୍ଡ ଗୁଳି ଫୁଟିଥିଲା। ମୁଁ ଉଠିବା ବେଳକୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଆମେ ଘରର ତଳକୁ ଆସିବା ପରେ ଗୁଳିସବୁ ବିଛେଇ ହୋଇପଡ଼ିଥିଲା।

New Project (32)

ଗୁରୁଗ୍ରାମ: ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଗୁରୁଗ୍ରାମର ସେକ୍ଟର ୫୭ସ୍ଥିତ ଘର ଉପରକୁ ଗୁଳିଚାଳନା ହେବାର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ତୁରନ୍ତ ଏହି ଗୁଳିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରି ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଏହି ଗୁଳିକାଣ୍ଡ ଘଟଣାକୁ ନେଇ ଏଲଭିଶ ଯାଦବଙ୍କ ବାପା ରାମ ଅବତାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ରାମ ଅବତାର ଯାଦବ କହିଛନ୍ତି, "ସିସିଟିଭିରୁ ଜଣାପଡୁଛି ଯେ ୧୫ ରୁ ୨୦ ରାଉଣ୍ଡ ଗୁଳି ଫୁଟିଥିଲା। ମୁଁ ଉଠିବା ବେଳକୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଆମେ ଘରର ତଳକୁ ଆସିବା ପରେ ଗୁଳିସବୁ ବିଛେଇ ହୋଇପଡ଼ିଥିବା ଦେଖି ଏଲଭିଶଙ୍କୁ ଏହି ଗୁଳିକାଣ୍ଡ ଘଟଣା ବିଷୟରେ ଜଣାଇଥିଲି। ‌ସେ ପୁଲିସକୁ ସୂଚନା ଦେବାକୁ କହିଥିଲେ।

ମୁଁ ଜାଣିନାହିଁ ଏହି ଭାଉ ଗ୍ୟାଙ୍ଗ କିଏ? ମୋ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ। ଯିଏ ଏହା କରିଛି ତାଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ। ତେବେ ଏହି ଗୁଳିକାଣ୍ଡ କାହିଁକି ଆମ ଘର ଉପରେ ହୋଇଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe