ଏଲଭିସଙ୍କ ପରେ ସାପ ବିଷ ବିକ୍ରି ମାମଲାରେ ମନୀଷା ରାନୀଙ୍କ ବିରୋଧରେ ରୁଜୁ ହେଲା ଏତଲା

Advertisment
ଏଲଭିସଙ୍କ ପରେ ସାପ ବିଷ ବିକ୍ରି ମାମଲାରେ ମନୀଷା ରାନୀଙ୍କ ବିରୋଧରେ ରୁଜୁ ହେଲା ଏତଲା

ମୁମ୍ବାଇ: ନିଜ ସହଯୋଗୀଙ୍କ ସହ ବଡ଼ ବଡ଼ ପାର୍ଟୀକୁ ସାପ ବିଷ ଯୋଗାଉଥିବାର ଅଭିଯୋଗ ହେବା ପରେ ଏବେ ବିବାଦରେ ରହିଛନ୍ତି ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି-୨ ବିଜେତା ଏଲଭିସ୍ ଯାଦବ। ତାଙ୍କ ଉପରେ ଆରୋପ ଲାଗିଛି ଯେ, ସେ ରେଭ୍ ପାର୍ଟିର ଆୟୋଜନ କରୁଥିଲେ ଏବଂ ସେହି ପାର୍ଟିରେ ସାପ ବିଷ ବିକ୍ରି କରୁଥିଲେ। ସାଂସଦ ମାନେକା ଗାନ୍ଧୀଙ୍କ ‘ପିପୁଲ୍‌ ଫର୍‌ ଆନିମଲ୍‌’ ‘ଏନ୍‌ଜିଓ’ର ପ୍ରାଣୀ ମଙ୍ଗଳ ଅଧିକାରୀ ଗୌରବ ଗୁପ୍ତା ଏହି ‘ରେଭ୍‌ ପାର୍ଟି’ ବିରୋଧରେ ଥାନାରେ ଏହାର ଅଭିଯୋଗ କରିଥିଲେ।

ଏବେ ସାପ ବିଷ ବିକ୍ରି ମାମଲାରେ ଏଲଭିସଙ୍କ ବନ୍ଧୁ ତଥା ବିଗ୍ ବସ୍ ଓଟିଟି-୨ ରନର୍ ଅପ୍ ମନୀଷା ରାନୀଙ୍କ ନାମ ମଧ୍ୟ ସାମିଲ ହୋଇଛି। କେବଳ ଏତିକି ନୁହେଁ ତାଙ୍କ ବିରୋଧରେ ଏତଲା ମଧ୍ୟ ଦାଖଲ କରାଯାଇଛି। ଅଭିନେତା ଫୈଜାନ୍ ଅନସାରୀ ଏହି ଏତଲା ଦାଖଲ କରିଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ ମନୀଷା ରାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ମନୀଷା ରାନୀ ମଧ୍ୟ ଏଲଭିସଙ୍କ ସହ ରେଭ୍ ପାର୍ଟିକୁ ଯାଉଥିଲେ। ସେ ଏହି ମାମଲାରେ ଜଡିତ ଅଛନ୍ତି। ଏଲଭିସଙ୍କର ଏକ ବଡ଼ ନେଟୱାର୍କ ଅଛି। ଏକ ସପ୍ତାହ ମଧ୍ୟରେ ଏଲଭିସଙ୍କ ବିରୋଧରେ କୋର୍ଟରେ ପ୍ରମାଣ ଉପସ୍ଥାପନ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe