ପୁଲିସ ଖୋଜୁଥିବା ବେଳେ ଆଜି ରାତିରେ ‘ବିଗବସ-୧୭’ରେ ଏଲ୍‌ଭିସଙ୍କୁ ଦେଖିବାକୁ ପାଇବେ ଦର୍ଶକ

Advertisment
ପୁଲିସ ଖୋଜୁଥିବା ବେଳେ ଆଜି ରାତିରେ ‘ବିଗବସ-୧୭’ରେ ଏଲ୍‌ଭିସଙ୍କୁ ଦେଖିବାକୁ ପାଇବେ ଦର୍ଶକ

ନୂଆଦିଲ୍ଲୀ: ‘ବିଗ୍‌ ବସ୍ ଓଟିଟି-୨’ର ବିଜୟୀ ଏଲ୍‌ଭିସ୍‌ ଯାଦବଙ୍କ ବିରୋଧରେ ବିଷାକ୍ତ ସାପ ଏବଂ ରେଭ୍‌ ପାର୍ଟି କରିବା ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରିବା ପାଇଁ ୩ରାଜ୍ୟର ପୁଲିସ ଖୋଜିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଖବର ଆସିଛି କି ତାଙ୍କୁ ‘ବିଗବସ-୧୭’ରେ ଦେଖିବାକୁ ମିଳିବ।

‘ବିଗବସ-୧୭’ରେ ଏଲ୍‌ଭିସ୍‌ ଯାଦବ ଓ ମନୀଷା ରାନୀ ସୋ’ରେ ନଜର ଆସିବେ। ଏଲ୍‌ଭିସ୍‌ ନିଜର ନୂଆ ସୋ’ ଟେମ୍ପଟେସନ ଆଇଲ୍ୟାଣ୍ଡ ଇଣ୍ଡିଆର ପ୍ରମୋସନ ପାଇଁ ବିଗବସ ହାଉସରେ ନଜର ଆସିବେ। ସୋ’ରେ ଦୁହେଁ ମିଶି ଖୁବ ଧମାଲ କରିବେ। ସୋ’ ସୁଟିଂର ଅନେକ ଭିଡିଓ ବି ସାମ୍ନାକୁ ଆସିଛି। ଏଥିରେ ଏଲ୍‌ଭିସ୍‌ ଓ ମନୀଷା ଷ୍ଟେଜରେ ସଲମାନ ଖାନଙ୍କ ସହିତ ମଜା କରୁଥିବା ଦେଖିବାକୁ ମିଳୁଛି। ଏହାପରେ ଦୁହେଁ ଘର ଭିତରକୁ ଯାଉଛନ୍ତି ଓ ପ୍ରତିଯୋଗୀଙ୍କ ସହ ମଜାଦାର ଗେମ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି।

ତେବେ ‘ବିଗ୍‌ ବସ୍ ଓଟିଟି-୨’ର ବିଜୟୀ ଏଲ୍‌ଭିସ୍‌ ଯାଦବଙ୍କ ବିରୋଧରେ ବିଷାକ୍ତ ସାପ ଏବଂ ରେଭ୍‌ ପାର୍ଟି କରିବା ଅଭିଯୋଗ ଆସିବା ପରେ ଏଲ୍‌ଭିସ୍‌ ଏହାକୁ  ଖଣ୍ଡନ କରିଛନ୍ତି। ଆଉ କହିଛନ୍ତି, ‘ମୋ ବିରୋଧରେ ଅପପ୍ରଚାର କରାଯାଉଛି। ମୁଁ ଏମିତି କିଛି ବି ପାର୍ଟି କରିନାହିଁ। ଯଦି ପୁଲିସ ଯାଞ୍ଚ କରୁଛି , ତେବେ ମୁଁ ପୁଲିସକୁ ଯାଞ୍ଚରେ ପୂରା ସମର୍ଥନ କରିବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe