୧୯୮୪ର ସାକ୍ଷାତକାରରେ କଙ୍ଗନାଙ୍କ ଭଳି ଅଭିନୟ କରିଥିଲେ ଇନ୍ଦିରା ଗାନ୍ଧୀ: ରାମ ଗୋପାଳ ବର୍ମା

Advertisment
୧୯୮୪ର ସାକ୍ଷାତକାରରେ କଙ୍ଗନାଙ୍କ ଭଳି ଅଭିନୟ କରିଥିଲେ ଇନ୍ଦିରା ଗାନ୍ଧୀ: ରାମ ଗୋପାଳ ବର୍ମା

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାକ୍ଷାତକାରର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରି ରାମ ଗୋପାଳ ବର୍ମା ଇନ୍ଦିରା ଗାନ୍ଧୀଙ୍କୁ କଙ୍ଗନା ରାଣାୱତଙ୍କ ସହ ତୁଳନା କରିଛନ୍ତି। ଭିଡିଓ ସେୟାର କରି ରାମ ଗୋପାଳ ବର୍ମା କ୍ୟାପସନରେ ଲେଖିଛନ୍ତି ଯେ ଏହି ସାକ୍ଷାତକାରରେ ଇନ୍ଦିରା ଗାନ୍ଧୀ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପରି ଅଭିନୟ କରୁଛନ୍ତି।

ଟ୍ୱିଟରରେ ଏହି ଭିଡିଓ ସେୟାର କରି ରାମ ଗୋପାଳ ବର୍ମା ଲେଖିଛନ୍ତି, ବିଶ୍ବାସ କର ବା ନକର। ଏହି ଭିଡିଓରେ ଇନ୍ଦିରା ଗାନ୍ଧୀ କଙ୍ଗନା ରାଣାୱତଙ୍କ ପରି ଅଭିନୟ କରୁଛନ୍ତି। ଇନ୍ଦିରା ଗାନ୍ଧୀଙ୍କ ଏହି ଭିଡିଓ ୧୯୮୪ ମସିହାର। ତେବେ କଙ୍ଗନା ରାଣାୱତଙ୍କୁ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରାଯିବା ନେଇ ଅଭିନେତ୍ରୀ ଏବେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କଙ୍ଗନା ରାଣାୱତ ଇନଷ୍ଟାଗ୍ରାମରେ ଟ୍ୱିଟର ସ୍କ୍ରିନସଟ ସେୟାର କରି କହିଛନ୍ତି ଯେ, 'ହାହାହା ... ଧନ୍ୟବାଦ ସାର୍। ଏହା ମୋତେ ପୁଣି ଥରେ ନିଶ୍ଚିତ କରିଛି ଯେ ମୁଁ ଏହି ଭୂମିକା ପାଇଁ ନିଜକୁ ବାଛି ଠିକ୍ କରିଛି।

ଉଲ୍ଲେଖଯୋଗ୍ୟ, ଭାରତରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର 'ଏମରଜେନ୍ସି'ରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ କଙ୍ଗନା ରାଣାୱତ। ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ସେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି। ଫିଲ୍ମ 'ମଣିକର୍ଣ୍ଣିକା' ପରେ ଏହା ତାଙ୍କର ଦ୍ବିତୀୟ ନିର୍ଦ୍ଦେଶିତ ଫିଲ୍ମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe