ସାଂସଦ କଙ୍ଗନାଙ୍କ ‘ଏମାରଜେନ୍ସି’ର ଟ୍ରେଲର ରିଲିଜ ପରେ ଦର୍ଶକଙ୍କ ପ୍ରତିକ୍ରିୟା

Advertisment
ସାଂସଦ କଙ୍ଗନାଙ୍କ ‘ଏମାରଜେନ୍ସି’ର ଟ୍ରେଲର ରିଲିଜ ପରେ ଦର୍ଶକଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଅଭିନେତ୍ରୀ ତଥା ସାଂସଦ ଥିବା କଙ୍ଗନା ରଣାୱତଙ୍କ ନିର୍ଦ୍ଦେଶିତ ଓ ପ୍ରଯୋଜିତ ସିନେମା ‘ଏମାରଜେନ୍ସି’ର ଟ୍ରେଲର ନିକଟରେ ରିଲିଜ ହୋଇଛି। ଏହି ଟ୍ରେଲରକୁ ଦର୍ଶକଙ୍କ ଖୁବ ଭଲ ପାଇବା ମିଳିଛି।  ଟ୍ରେଲର ଦେଖିବା ପରେ ଲୋକଙ୍କ ‘ଏମାରଜେନ୍ସି’ ସିନେମା ଦେଖିବା ପ୍ରତି ଉତ୍ସାହ ବୃଦ୍ଧି ପାଇଛି।

‘ଏମାରଜେନ୍ସି’ ଟ୍ରେଲରରେ ଇନ୍ଦିରା ଗାନ୍ଧିଙ୍କ ଝଲକ ଦେଖିବାକୁ ମିଳିଛି। ଯିଏକି ତାଙ୍କ ବାପା ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ପରେ କ୍ଷମତାକୁ ଆସିଥିଲେ।

ଚଳଚ୍ଚିତ୍ରର ଟ୍ରେଲରକୁ ପ୍ରଶଂସା କରି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ଭାରତୀୟ ଗଣତନ୍ତ୍ରର ଅନ୍ଧକାର ଅଧ୍ୟାୟ ଏବଂ ଆଇରନ୍ ଲେଡି ଅଫ୍ ଇଣ୍ଡିଆ। ‘ଏମାରଜେନ୍ସି’ର ଟ୍ରେଲର ଦମଦାର ହୋଇଛି।

‘ଏମାରଜେନ୍ସି’ର ୨ ମିନିଟ୍, ୫୪ ସେକେଣ୍ଡ' ଟ୍ରେଲରରେ କଙ୍ଗନା ରଣାୱତଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭୂମିକାକୁ ଚମତ୍କାର ଭାବରେ  ଅଭିନୟ କରୁଥିବା ଦେଖିବାକୁ ମିଳୁଥିବା ବେଳେଶ୍ରେୟସ୍ ତଲପଡେ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସୁଛନ୍ତି। ଏଥି‌ରେ ଶ୍ରେୟସ ପ୍ରଭାବଶାଳୀ ଦେଖାଯାଉଛନ୍ତି । ସେହିପରି ଅନୁପମ ଖେର ଜୟପ୍ରକାଶ ନାରାୟଣ ଭୂମିକାରେ  ‘ଏମାରଜେନ୍ସି’ରେ ଦମଦାର ଅଭିନୟ କରିଥିବା ଟ୍ରେଲରରେ ଦେଖିବାକୁ ମିଳୁଛି।

ଏହି ସିନେମା ରିଲିଜ ପରେ ସି‌ନେମାଘରେ ନିଶ୍ଚୟ ଧମାଲ କରିବ ବୋଲି ଦର୍ଶକ ଓ ପ୍ରଯୋଜକ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe