ତିନି ନାୟିକାଙ୍କ ପ୍ରେମରେ ଦୁଷ୍ମନ୍ତ

Advertisment

ନାୟକ ଜଣେ, ହେଲେ ତାଙ୍କ ବିପକ୍ଷରେ ଅଛନ୍ତି ତିନିଜଣ ନାୟିକା। ଓଡ଼ିଆ ଚଳଚ୍ଚିତ୍ର ‘ଲାଇଫ୍ ପାର୍ଟନର୍‌’ରେ ଦେଖିବାକୁ ମିଳିବ ଏଭଳି କୌତୂହଳପୂର୍ଣ୍ଣ ପ୍ରେମ କାହାଣୀ। ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ତଥା ସଂଗ୍ରାମ....

ନାୟକ ଜଣେ, ହେଲେ ତାଙ୍କ ବିପକ୍ଷରେ ଅଛନ୍ତି ତିନିଜଣ ନାୟିକା। ଓଡ଼ିଆ ଚଳଚ୍ଚିତ୍ର ‘ଲାଇଫ୍ ପାର୍ଟନର୍‌’ରେ ଦେଖିବାକୁ ମିଳିବ ଏଭଳି କୌତୂହଳପୂର୍ଣ୍ଣ ପ୍ରେମ କାହାଣୀ। ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ତଥା ସଂଗ୍ରାମ....

dadaxzxz

ନାୟକ ଜଣେ, ହେଲେ ତାଙ୍କ ବିପକ୍ଷରେ ଅଛନ୍ତି ତିନିଜଣ ନାୟିକା। ଓଡ଼ିଆ ଚଳଚ୍ଚିତ୍ର ‘ଲାଇଫ୍ ପାର୍ଟନର୍‌’ରେ ଦେଖିବାକୁ ମିଳିବ ଏଭଳି କୌତୂହଳପୂର୍ଣ୍ଣ ପ୍ରେମ କାହାଣୀ। ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ତଥା ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନାୟକ ଦୁଷ୍ମନ୍ତଙ୍କ ବିପକ୍ଷରେ ଅଛନ୍ତି ତିନିଜଣ ନାୟିକା। କାହାଣୀ ଅନୁଯାୟୀ, ତିନି ନାୟିକା ନାୟକଙ୍କ ଜୀବନର ଭିନ୍ନ ଭିନ୍ନ ମୋଡ଼ରେ ଆସିଛନ୍ତି ଓ ପ୍ରେମ ସଂପର୍କରେ ଯୋଡ଼ିହୋଇଛନ୍ତି। ହେଲେ ପରବର୍ତ୍ତୀ ସମୟରେ କିଏ ରହିଛି ଓ କିଏ ଅଲଗା ରାସ୍ତାରେ ଯାଇଛି, ତାହାକୁ ନେଇ କାହାଣୀରେ ଟ୍ବିଷ୍ଟ୍‌ ରହିଛି। ‘ଲାଇଫ୍ ପାର୍ଟନର୍‌’ରେ ଗୁଞ୍ଜନ ଗୁଡ଼ି ଚରିତ୍ରରେ, ପୁଣ୍ୟତୋୟା ପିହୁ ଭୂମିକାରେ ଥିବା ବେଳେ ଅୟନାଙ୍କ ଅଭିନୀତ ଚରିତ୍ରର ନାଁ ସାଇନା। ସେହିପରି ଦୁଷ୍ମନ୍ତଙ୍କୁ ଏଥିରେ ଜିତ୍ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।  

ଜିତ୍‌ଙ୍କ ପ୍ରଥମ ପ୍ରେମିକା ଗୁଡ଼ି। ଦୀର୍ଘଦିନର ପ୍ରେମ ସଂପର୍କ ପରେ ବି ଜିତ୍‌ ଘଟଣାଚକ୍ରରେ ପିହୁଙ୍କୁ ବିବାହ କରୁଛନ୍ତି। ହେଲେ ବିବାହର କିଛିଦିନ ପରେ ପିହୁଙ୍କର ମୃତ୍ୟୁ ଘଟୁଛି। ପତ୍ନୀ ବିଚ୍ଛେଦ ଯନ୍ତ୍ରଣାରେ ଜିତ୍ ନିଶାସକ୍ତ ହୁଅନ୍ତି। ସେହି ସମୟରେ ଅତ୍ୟାଧୁନିକ ଚିନ୍ତାଧାରାର ଯୁବତୀ ସାଇନା ଜିତ୍‌ ପ୍ରତି ଆକର୍ଷିତ ହୋଇ ତାଙ୍କୁ ନିଜଆଡୁ ଭଲପାଇ ବସନ୍ତି। ଏଣେ ସାଇନା ଏକପାଖିଆ ପ୍ରେମରେ ଜିତ୍‌କୁ ବାନ୍ଧିବାକୁ ପ୍ରୟାସ କରୁଥିବା ବେଳେ ତେଣେ ଏଭଳି ପରିସ୍ଥିତିରେ ଗୁଡ଼ି ବି ଜିତ୍‌ଙ୍କ ଫେରିବା ବାଟକୁ ଅପେକ୍ଷା କରୁଛନ୍ତି। ଶେଷରେ ଜିତ୍‌ ଗୁଡ଼ିଙ୍କ ପାଖକୁ ଫେରୁଛନ୍ତି ନା ସାଇନାଙ୍କ ପ୍ରେମକୁ ସ୍ବୀକାର କରୁଛନ୍ତି, ତାହା କାହାଣୀର କ୍ଲାଇମାକ୍ସରେ 
ଦେଖିବାକୁ ପାଇବେ ଦର୍ଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe