କେବିସି ସିଜିନ୍‌-୧୦ ସରିବା ନେଇ ଏମିତି ଭାବପୂର୍ଣ୍ଣ ପୋଷ୍ଟ୍‍ କଲେ ବିଗ୍‌ ବି ଅମିତାଭ

Advertisment
କେବିସି ସିଜିନ୍‌-୧୦ ସରିବା ନେଇ ଏମିତି ଭାବପୂର୍ଣ୍ଣ ପୋଷ୍ଟ୍‍ କଲେ ବିଗ୍‌ ବି ଅମିତାଭ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ହୋଷ୍ଟ୍‍ କରୁଥିବା ସୋ’ କୌନ ବନେଗା କରୋଡପତି ସିଜିନ୍‌ ୧୦ର ଅନ୍ତିମ ପର୍ଯ୍ୟାୟ ଅବସରରେ ଏକ ଭାବପୂର୍ଣ୍ଣ ଲେଖା ଲେଖିଛନ୍ତି ବଚ୍ଚନ ସାହେବ। ସେ ତାଙ୍କୁ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି ଯେ ‘କେବିସିର ଫାଇନାଲ୍‌ ହୋଇଗଲା। ଏ ସିଜିନ୍‌ର ଶେଷ ସମୟ ଆସିଗଲା। ଏହା କେବିସିର ଦଶମତମ ସିଜିନ୍‌। ୨୦୦୦ ମସିହାରୁ ଚାଲି ଆସୁଥିବା ଏହି ସୋ’ର ଏହା ୧୮ତମ ବର୍ଷ। କେବଳ ମୋ ପାଇଁ ଏହା କେବଳ ୭୧୬ ଏପିସୋଡ୍‌। ୯ଟି ସିଜିନ୍‌କୁ ମିଶାଇଲେ ୮୫୫ ଘଣ୍ଟା। ଏହା ବ୍ୟତୀତ ୩-୪ ଘଣ୍ଟା ପ୍ରତ୍ୟେକ ଏପିସୋଡ ପାଇଁ ଅତିରିକ୍ତ କାମ। ଏହା ବ୍ୟତୀତ ପ୍ରତି ଏପିସୋଡ ପ୍ରସ୍ତୁତ କରିବା ପାଇଁ ଅନ୍ୟ ୫ ଘଣ୍ଟା ଅଧିକ’।

publive-image

publive-image

କେବିସିର ୧୦ମ ସିଜିନ୍‌ର ଅନ୍ତିମ ଏପିସୋଡ୍‌ରେ କମେଡି କିଙ୍ଗ୍‌ କପିଲ୍‌ ଶର୍ମା ନଜର ଆସିବେ ପରଦାରେ। କପିଲ ବିଗ୍‌ ବି ଅମିତାଭଙ୍କ ସହ ଏକ ଫଟୋ ଟୁଇଟର୍‌ରେ ସେୟାର୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, କୋନ ବନେଗା କରୋଡପତି ୨୦୦୦ ମସିହାରେ ଆରମ୍ଭ ହୋଇଥିଲା। ଅମିତାଭ ଏହି ସୋ’ ଜରିଆରେ ତାଙ୍କ ଟେଲିଭିଜନ ଡେବ୍ୟୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe