ସେ ଆମର ସ୍ଲିଭଲେସ୍, ଟପ୍ସ ଏବଂ ସାର୍ଟ ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ, ଜାଣନ୍ତୁ କାହା ସଂପର୍କରେ ଏମିତି କହିଲେ ଈଶା ଦେଓଲ୍

Advertisment
ସେ ଆମର ସ୍ଲିଭଲେସ୍, ଟପ୍ସ ଏବଂ ସାର୍ଟ ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ, ଜାଣନ୍ତୁ କାହା ସଂପର୍କରେ ଏମିତି କହିଲେ ଈଶା ଦେଓଲ୍

telegraphindia.com

ମୁମ୍ବାଇ: ବଲିଉଡର ହିମ୍ୟାନ୍ ଧର୍ମେନ୍ଦ୍ରଙ୍କ ନାତି ତଥା ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଅଭିନେତା ଓ ସାଂସଦ ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଗତ ମାସରେ ମୁମ୍ବାଇରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ବିମଲ ରାୟଙ୍କ ଅଣନାତୁଣୀ ଦିଶା ଆଚାର୍ଯ୍ୟଙ୍କୁ ବିବାହ କରିଥିଲେ। ଏହି ଉତ୍ସବରେ ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ହେମାମାଳିନୀ ଏବଂ ସେମାନଙ୍କ ସନ୍ତାନ ଈଶା ଦେଓଲ ଏବଂ ଆହାନା ଦେଓଲଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହା ସହ ସେମାନଙ୍କର ଗୋଟିଏ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ଉଭୟ ହେମା ଓ ଈଶା ଧର୍ମେନ୍ଦ୍ରଙ୍କ ସ୍ବଭାବ ଓ ରୁଢିବାଦୀ ବିଚାର ସଂପର୍କରେ ଜଣାଇଥିଲେ।

publive-image NDTV.COM

ପିତା ଭାବରେ ଧର୍ମେନ୍ଦ୍ରଙ୍କ ପ୍ରକୃତି ବିଷୟରେ ହେମା କହିଥିଲେ, ଝିଅମାନଙ୍କ ପୋଷାକ ଉପରେ ସେ ଅତ୍ୟନ୍ତ ରୁଢିବାଦୀ। ସେ ଈଶା ଓ ଆହନାଙ୍କୁ ସାଲୱାର କାମିଜରେ ଦେଖିବାକୁ ପସନ୍ଦ କରନ୍ତି। ତେଣୁ ମୋ ଝିଅମାନେ, ସେ ଆସିବା ମାତ୍ରେ ସେମାନେ ସାଲୱାର କାମିଜ ପିନ୍ଧୁଥିଲେ।
ଏହି ଭିଡିଓରେ ହେମାଙ୍କ ସହିତ ତାଙ୍କର ଦୁଇ ଝିଅ ଈଶା ଏବଂ ଆହାନା ମଧ୍ୟ ଅଛନ୍ତି। ଈଶା ତାଙ୍କ ପିତାଙ୍କ ରକ୍ଷଣଶୀଳ ସ୍ବଭାବ ଉପରେ କହିଥିଲେ। ସେ କହିଥିଲେ, ଆମକୁ ବାହାରକୁ ଯିବାକୁ ଅନୁମତି ନାହିଁ। ଆମକୁ ଖେଳିବା ପାଇଁ ବାହାରକୁ ଯିବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା। ଆମକୁ ମୁମ୍ବାଇ ବାହାରେ ରାଜ୍ୟସ୍ତରୀୟ କ୍ରୀଡ଼ା ଯିବାକୁ ସୁଯୋଗ ମିଳିଥିଲା, କିନ୍ତୁ ପିତା ଧର୍ମେନ୍ଦ୍ର ମନା କରିବାରୁ, ମୁଁ ଯାଇ ନଥିଲି। ସେ ଆମର ସ୍ଲିଭଲେସ୍, ଟପ୍ସ ଏବଂ ସାର୍ଟ ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଯେତେବେଳେ ବି ପିତା ଧର୍ମେନ୍ଦ୍ର ଘରକୁ ଆସନ୍ତି, ଆମେ ଟ୍ରାଉଜର କିମ୍ବା ସାଲୱାର କମିଜ୍ ପିନ୍ଧୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe