ଏହି ହଟ୍‌ ନାୟିକାଙ୍କର ହେବ ଏନଗେଜମେଣ୍ଟ!

Advertisment
ଏହି ହଟ୍‌ ନାୟିକାଙ୍କର ହେବ ଏନଗେଜମେଣ୍ଟ!

ମୁମ୍ବାଇ:ବଲିଉଡର ହଟ୍‌ ନାୟିକା ଈଶା ଗୁପ୍ତାଙ୍କ ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି।ହେଲେ ଏବେ ସେ ନିଜ ଇନଷ୍ଟାଗ୍ରାମରେ ଏଭଳି ସୂଚନା ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ସେ ଖୁବ୍‌ ଶୀଘ୍ର ତାଙ୍କର ବୟଫ୍ରେଣ୍ଡଙ୍କ ସହ ଏନଗେଜମେଣ୍ଟ୍‌ କରିବେ। ଈଶା ଗୁପ୍ତାଙ୍କ ବୟଫ୍ରେଣ୍ଡ ହେଲେ ଜଣାଶୁଣା ଫ୍ୟାସନ୍‌ ଡିଜାଇନର୍‌ ନିଖିଲ ଥଂପି। ଦୀର୍ଘଦିନ ଧରି ଦୁହେଁ ରିଲେସନସିପରେ ଅଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଈଶା ଗୁପ୍ତା୨୦୦୭ରେ ମିସ୍‌ ଇଣ୍ଡିଆ ଇଣ୍ଟରନେସନାଲ୍‌ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ବଲିଉଡରେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଜନ୍ନତ୍‌-୨’। ପ୍ରଥମ ସିନେମାରେ ହିଁ ଈଶା ଗୁପ୍ତା ପାଇଥିଲେ ଫିଲ୍ମ ଫେଆର ବେଷ୍ଟ ଫିମେଲ ଡେବ୍ୟୁ ଆଓ୍ଵାର୍ଡ। ଏହାପରେ ତାଙ୍କୁ ‘ଚକ୍ରବ୍ୟୁହ’, ‘ହମସକଲସ୍‌’,‘ରୁସ୍ତମ୍‌’, ରାଜ ଥ୍ରି ଡି ଏବଂ ‘ବାଦଶାହୋ’ ଆଦି ହିନ୍ଦୀ ସିନେମାରେ ଦେଖିବାକୁ ମିଳିଛିା ତେବେ ସେ ଏଯାବତ୍‌ ଟପ୍‌ ନାୟିକା ବନ ପାରି ନାହାନ୍ତି।

publive-image photo-amarujala

ବଲିଉଡର ସେକ୍ସି ହିରୋଇନ୍‌ ଈଶା ଗୁପ୍ତାଙ୍କ ହାତରେ ଏବେ କୌଣସି ନୂଆ ସିନେମା ନାହିଁ କି ସେ କୌଣସି ଫିଲ୍ମର ସୁଟିଂ କରୁ ନାହାନ୍ତି। ଠିକ୍‌ ସେହିପରି ଈଶା ସଂପ୍ରତି ଅଭିନୟ ଅପେକ୍ଷା ମଡେଲିଂରେ କ୍ୟାରିଅର କରିବାକୁ ବିଶେଷ ଆଗ୍ରହୀ ବୋଲି କୁହାଯାଉଛି। ବୋଧହୁଏ ଏହି କାରଣରୁ ସେ ବାହା ହେବା ମୁଡରେ ଅଛନ୍ତି। ୩୩ ବର୍ଷୀୟା ଈଶା କେବେ ବାହା ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe