ରାଜ କପୁର ଓ ନର୍ଗିସ୍ ଏକ ସମୟରେ ବଲିଉଡ୍ରେ ପ୍ରାୟ ଦଶନ୍ଧି ଧରି ଏକାଠି ଅଭିନୟ କରିଥିଲେ। ଉଭୟ ପ୍ରାୟ ୧୬ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମନ ଜିଣି ପାରିଥିଲେ। ଉଭୟ ପରସ୍ପରକୁ ପ୍ରେମ ମଧ୍ୟ କରୁଥିଲେ। ହେଲେ ରାଜ୍ କପୁର ପତ୍ନୀ କୃଷ୍ଣା କପୁରଙ୍କୁ ଛାଡ଼ପତ୍ର ନ ଦେବାରୁ ବାଧ୍ୟ ହୋଇ ନର୍ଗିସ୍ ତାଙ୍କ ସହ ସଂପର୍କ ତୁଟାଇ ସୁନୀଲ ଦତ୍ତଙ୍କ ହାତ ଧରିଥିଲେ। ଯେଉଁଥି ପାଇଁ ରାଜ୍ ତାଙ୍କୁ ଝୁରି ଥିଲେ। ତେବେ ରାଜ୍ ଓ ନର୍ଗିସଙ୍କ ପ୍ରେମକୁ ନେଇ ବଲିଉଡ୍ରେ ଅନେକ ଚର୍ଚ୍ଚା ହୁଏ। ଏକ ଚଳଚ୍ଚିତ୍ରରେ ସଙ୍ଗୀତ ତିଆରି ପାଇଁ ରାଜ୍ଙ୍କ ପାଖରେ ଟଙ୍କାର ଅଭାବ ଥିଲା। ଏହି ସମୟରେ ନର୍ଗିସ୍ ନିଜ ଗହଣା ବିକି ରାଜ୍ଙ୍କୁ ଟଙ୍କା ଦେଇଥିଲେ। ସେବେଠାରୁ ଉଭୟଙ୍କ ସମ୍ପର୍କର ସେତୁ ସୁଦୃଢ଼ ହେବାରେ ଲାଗିଥିଲା।
୯ ବର୍ଷ ପ୍ରେମ ପରେ ବି ନର୍ଗିସ୍ଙ୍କୁ ବିବାହ କରିପାରିନଥିଲେ ରାଜ୍ କପୁର
Advertisment
Follow Us