ରିଲିଜ୍‌ ପୂର୍ବରୁ ଟ୍ରେଲର୍‌ ପରିବର୍ତ୍ତେ ସଂପୂର୍ଣ୍ଣ ଚଳଚ୍ଚିତ୍ରକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ କଲା ସୋନି, ଜାଣନ୍ତୁ କେଉଁ ଚଳଚ୍ଚିତ୍ର

Advertisment
ରିଲିଜ୍‌ ପୂର୍ବରୁ ଟ୍ରେଲର୍‌ ପରିବର୍ତ୍ତେ ସଂପୂର୍ଣ୍ଣ ଚଳଚ୍ଚିତ୍ରକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ କଲା ସୋନି, ଜାଣନ୍ତୁ କେଉଁ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଆଗକୁ କୌଣସି ଚଳଚ୍ଚିତ୍ର ଆସିବାର ଥିଲେ ତାହାର ଟ୍ରେଲର୍‌ ଦେଖିବା ପାଇଁ ଦର୍ଶକମାନେ ଚାତକ ପରି ଚାହିଁ ରହିଥାନ୍ତି। ଟ୍ରେଲର୍‌ ଦେଖିବା ପରେ ଚଳଚ୍ଚିତ୍ରଟି କିପରି ହୋଇଥିବ ତାହାର ଅନୁମାନ ଲଗା ଯାଇଥାଏ। ମାତ୍ର ଆପଣ କେବେ ଚଳଚ୍ଚିତ୍ର ରିଲିଜ୍‌ ହେବା ପୂର୍ବରୁ ସଂପୂର୍ଣ୍ଣ ଚଳଚ୍ଚିତ୍ର ୟୁଟ୍ୟୁବ୍‌ରେ ଅପ୍‌ଲୋଡ ହେବାର ଦେଖିଛନ୍ତି କି?

ସୋନି ନିକଟରେ ଏପରି ଏକ କାର୍ଯ୍ୟ କରି ଚର୍ଚ୍ଚାରେ ରହିଛି। ‘ଖାଲି ଦ କିଲର୍‌’ ଚଳଚ୍ଚିତ୍ରଟିର ଟ୍ରେଲର୍‌ ୟୁଟ୍ୟୁବ୍‌ରେ ଅପ୍‌ଲୋଡ ହେବା ପରିବର୍ତ୍ତେ ସୋନିର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏହାର ସଂପୂର୍ଣ୍ଣ ଚଳଚ୍ଚିତ୍ର ଅପଲୋଡ ହୋଇଥିବା ଦେଖିବାକୁ ମିଳିଛି। ଅବଶ୍ୟ ଅପ୍‌ଲୋଡ ହେବାର କିଛି ସମୟରେ ମଧ୍ୟରେ ଚଳଚ୍ଚିତ୍ରଟିକୁ ହଟାଇ ଦିଆଯାଇଛି। ମାତ୍ର କଥା ଉଠୁଛି ଯେ କେଉଁ ପରିସ୍ଥିତିରେ ଏପରି ଘଟିଛି।

publive-image

ଅନୁମାନ ଲଗାଯାଉଛି ଯେ ହୁଏତ ଗୋଟାଏ ଫୋଲ୍‌ଡର ଭିତରେ ଟ୍ରେଲର୍‌ ସହ ପୂରା ଚଳଚ୍ଚିତ୍ର ରହିଥିବା ହେତୁ ତ୍ରୁଟିବଶତଃ ଚଳଚ୍ଚିତ୍ରଟି ଅପ୍‌ଲୋଡ ହୋଇଯାଇଛି। ତେବେ ଗୋଟାଏ ଫୋଲଡ୍‌ରରେ କାହିଁକି ଟ୍ରେଲର୍‌ ସହ ଚଳଚ୍ଚିତ୍ର ରଖାଯିବ ବୋଲି ପ୍ରଶ୍ନ ଉଠିଛି। ଏହା ବ୍ୟତୀତ ଯଦି ବି କମ୍ପାନି ଭୁଲବଶତଃ ଅପ୍‌ଲୋଡ କରି ଦେଇଥିଲା ତେବେ ଟ୍ରେଲର୍‌ ଏଯାବତ୍‌ କାହିଁକି ଅପ୍‌ଲୋଡ କରୁନାହିଁ ବୋଲି ଲୋଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ଏହି ଚଳଚ୍ଚିତ୍ରଟି ୨୦୧୭ ମସିହାରେ ଆମେରିକାରେ ମୁକ୍ତିଲାଭ କରି ସାରିଛି। ୨୦୧୭ ନଭେମ୍ବରରେ ଏହା ଜର୍ମାନୀରେ ବି ମୁକ୍ତିଲାଭ କରିସାରିଛି। ନିକଟ ଭବିଷ୍ୟତରେ ଭାରତରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe