‘ଭାଗ୍ୟରେଖା’ରେ ରୋମାଞ୍ଚକ ମୋଡ଼

ଜୀସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ଭାଗ୍ୟରେଖା’କୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ଆଗକୁ ଏହି ଧାରାବାହିକରେ ରୋମାଞ୍ଚକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଚଳିତ ଥର ‘ଭାଗ୍ୟରେଖା’ରେ କିଛି ଭିନ୍ନ ମୋଡ଼ ଦେଖିବାକୁ ପାଇବେ ଦର୍ଶକ।

gjdgjdgj

ଜୀସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ଭାଗ୍ୟରେଖା’କୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ଆଗକୁ ଏହି ଧାରାବାହିକରେ ରୋମାଞ୍ଚକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଚଳିତ ଥର ‘ଭାଗ୍ୟରେଖା’ରେ କିଛି ଭିନ୍ନ ମୋଡ଼ ଦେଖିବାକୁ ପାଇବେ ଦର୍ଶକ। ରେଖା ଓ ଭାଗ୍ୟ ପରସ୍ପର ପ୍ରତି ମନରେ ଥିବା ପ୍ରେମ ଭାବନାକୁ ଶେଷରେ ବ୍ୟକ୍ତ କରିଛନ୍ତି। ମୟଙ୍କ ଓ ନିଜ ଘରଲୋକଙ୍କୁ ରେଖା ଜଣାଇଛି ଯେ ମୟଙ୍କଙ୍କୁ ସେ ବାହା ହୋଇପାରିବ ନାହିଁ, କାରଣ ସେ ଭାଗ୍ୟଙ୍କୁ ଭଲ ପାଏ। ଏହା ଶୁଣି ମୟଙ୍କ ରାଗରେ ଘର ଛାଡ଼ି ଚାଲିଯାଇଛି। ଅନ୍ୟ ପକ୍ଷରେ ମୟଙ୍କ ଘର ଛାଡ଼ି ଯିବା କଥା ଜାଣି ତାଙ୍କ ମା’ ଆସି ଭାଗ୍ୟ ଘରେ ପାଟିତୁଣ୍ଡ କରିଛନ୍ତି, ଯାହା ପରେ ଭାଗ୍ୟ ଓ ରେଖା ମିଶି ମୟଙ୍କଙ୍କୁ ଖୋଜିବାକୁ ଯାଉଛନ୍ତି। ଏହି ସବୁ ସୁଯୋଗର ଲାଭ ଉଠାଇ ମୟଙ୍କ ରେଖାର ଚରିତ୍ର ଉପରେ ପ୍ରଶ୍ନ ଉଠାଏ। ଅପରପକ୍ଷେ ଭାଗ୍ୟ ପରିବାର ବି ରେଖା ଉପରେ ରାଗ ରଖନ୍ତି ଓ କୁହନ୍ତି ରେଖା ପାଇଁ ଭାଗ୍ୟ ଆଜି ଭୁଲ୍‌ ବାଟକୁ ଯାଇଛି। 

ତେବେ ଏହି ସମସ୍ୟା ଭିତରେ କ’ଣ କେବେ ରେଖା ଓ ଭାଗ୍ୟ ଏକାଠି ହୋଇପାରିବେ? ଭାଗ୍ୟ ପରିବାରକୁ ରେଖା ଓ ଭାଗ୍ୟର ପ୍ରେମ ସମ୍ପର୍କ ବିଷୟରେ ଜଣା ପଡ଼ିଲେ କ’ଣ ହେବ? ଏହି ସମ୍ପର୍କକୁ ସେମାନେ କ’ଣ ଆପଣାଇବେ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ‘ଭାଗ୍ୟରେଖା’ ଧାରାବାହିକ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର୍ ପ୍ରତୀକ ସିଲ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe