ଅର୍ଜନ ଅପେକ୍ଷା ସର୍ଜନରେ ମନ: ଅଭିନେତ୍ରୀ ଅବନୀତ କୌର

Advertisment
ଅର୍ଜନ ଅପେକ୍ଷା ସର୍ଜନରେ ମନ: ଅଭିନେତ୍ରୀ ଅବନୀତ କୌର

Govt Vacancy Job Progress

ମାତ୍ର ୮ ବର୍ଷ ବୟସରେ ଟିଭି ଧାରାବାହିକରେ ଭାଗନେବା ଏବଂ ୧୩ ବର୍ଷ ବୟସରେ ଫିଲ୍ମରେ ଅଭିନୟ କରିବା ଅଭିନେତ୍ରୀ ଅବନୀତ କୌରଙ୍କ ପାଇଁ ଏକ ଆହ୍ବାନ ପାଲଟିଥିଲା। ମାତ୍ର ନିଜର ଦୃଢ଼ ମନୋବଳ ଏବଂ ଅଭିନୟ ପ୍ରତି ସମର୍ପିତ ମନୋଭାବ, ଏଇ ୧୧ ବର୍ଷର ଅଭିନୟ ଜୀବନ ଭିତରେ ୧୭ଟି ଧାରାବାହିକ, ୮ଟି ହିନ୍ଦୀ ସିନେମା ଓ ଦୁଇଟି ୱେବ୍‌ ଧାରାବାହିକ ସମେତ ୨୪ଟି ନୃତ୍ୟଗୀତଭିତ୍ତିକ ଆଲବମ୍‌ରେ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସମର୍ଥ କରାଇଛି।

ଏଥି ସହିତ ଥରେ ଜାତୀୟସ୍ତରୀୟ ପୁରସ୍କାର ଲାଭ କରି ସେ ତାଙ୍କ ଦକ୍ଷତାର ପ୍ରମାଣ ମଧ୍ୟ ଜାହିର କରିଛନ୍ତି। ତେବେ ଅର୍ଜନ ଅପେକ୍ଷା ସର୍ଜନକୁ ଗୁରୁତ୍ବ ଦେଉଥିବା ଅବନୀତ ବେଳକୁ ବେଳ ନିଜର ଅଭିନୟକୁ ପରିମାର୍ଜିତ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି ବୋଲି ସ୍ବୀକାର କରିଛନ୍ତି। ତେବେ ସର୍ବୋପରି ଧାରାବାହିକ ‘ଚନ୍ଦ୍ରନନ୍ଦିନୀ’ରେ ତାଙ୍କ ଅଭିନୀତ ‘ଚାରୁମତି’ ଚରିତ୍ର ଏବଂ ଧାରାବାହିକ ‘ଆଲାଦ୍ଦିନ୍‌’ରେ ‘ପ୍ରିନ୍ସେସ ଜଶ୍ମିନ୍‌’ ଭୂମିକା ପାଇଁ ସେ ଏବେ ଘରେ ଘରେ ପରିଚିତ। ପିଲାବେଳୁ ଗ୍ଲାମର ପ୍ରତି ଦୁର୍ବଳତା ଥିବା ଅବନୀତ ୨୦୧୦ରେ ପ୍ରଥମେ ଜୀ ଟିଭିର ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ୍‌ ମାଷ୍ଟର୍ସ’ରେ ଭାଗ ନେଇଥିଲେ।

ନିଜର ଆକର୍ଷଣୀୟ ଚେହେରା ଓ ଶାଣିତ ଅଙ୍ଗଭଙ୍ଗୀ ତାଙ୍କୁ ୨୦୧୨ରେ ‘ମେରି ମା’ ଧାରାବାହିକରେ ଏକ ଗୁରୁତ୍ବପୂର୍ଣ୍ଣ କିଶୋରୀ ଭୂମିକାର ସୁଯୋଗ ଆଣିଥିଲା। ୨୦୧୪ରେ ହିନ୍ଦୀ ଫିଲ୍ମ ‘ମର୍ଦ୍ଦାନୀ’ରେ ତାଙ୍କର ପ୍ରଥମ ପଦାର୍ପଣ ମଧ୍ୟ ଆଶାନୁରୂପ ଲୋକପ୍ରିୟତା ଆଣିଥିଲା। ପଛକୁ ପଛ ‘ବ୍ରୁନି’, ‘ଏକତା’ ଓ ‘ଚିଡ଼ିଆଖାନା’ ଆଦି ସିନେମା ମଧ୍ୟ ତାଙ୍କ ସ୍ଥିର ଲୋକପ୍ରିୟତାର ସ୍ବାକ୍ଷର ବହନ କରିଥିଲା। ଏହି ଅବସରରେ ‘ବାବ୍ବର କା ତବ୍ବର’ ଓ ‘ବନ୍ଦିଶ ବଣ୍ଡିଟ୍‌ସ’ ପରି ୱେବ୍‌ ଧାରାବାହିକ ସମେତ ‘ୟାରି’, ମେରେ ନୈନା’, ‘ଲକ୍‌ ଦି କସମ୍‌’, ‘ସାରା ଦିନ’ ଓ “ପାଗଲା’ ଆଦି ସଂଗୀତ ଆଲବମ୍‌ରେ ତାଙ୍କ ନୃତ୍ୟାଭିନୟକୁ ଦର୍ଶକମାନେ ଖୁବ୍‌ ତାରିଫ କରିଛନ୍ତି। ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବାକୁ ଥିବା ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ଟିକୁ ୱେଡ୍‌ସ ସେରୁ’ରେ ତାଙ୍କର ନିଆରା ଚମକ୍‌ ପ୍ରଶଂସକମାନଙ୍କୁ ଆପ୍ୟାୟିତ କରିବ ବୋଲି ସେ ବେଶ୍‌ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe