ବିନ୍ଦି ଲଗାଇ ନଥିବାରୁ ସୋସିଆଲ୍‌ ମିଡିଆରେ କରୀନା କପୁରଙ୍କ ମାଲାବାର ଗୋଲ୍ଡ ବିଜ୍ଞାପନକୁ ନେଇ ଝଡ଼

Advertisment
ବିନ୍ଦି ଲଗାଇ ନଥିବାରୁ ସୋସିଆଲ୍‌ ମିଡିଆରେ କରୀନା କପୁରଙ୍କ ମାଲାବାର ଗୋଲ୍ଡ ବିଜ୍ଞାପନକୁ ନେଇ ଝଡ଼

www.india.com

ମୁମ୍ବାଇ: ଅଳଙ୍କାର ଗ୍ରୁପ୍‌ ମାଲାବାର ଗୋଲ୍ଡ ତା’ର ଏକ ବିଜ୍ଞାପନରେ କରୀନା କପୁରଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଟ୍ରୋଲ୍‌ ହେବାରେ ଲାଗିଛି। କରୀନା ଅକ୍ଷୟ ତୃତୀୟା ଉପଲକ୍ଷେ ଏକ ମାଲାବାର ଗୋଲ୍ଡର ଏକ ବିଜ୍ଞାପନ କରିଥିବା ବେଳେ ମୁଣ୍ଡରେ ବିନ୍ଦି ନଲଗାଇଥିବା କାରଣରୁ ତାଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଟ୍ରୋଲ୍‌ କରିଛନ୍ତି।

କରୀନା ଏକ ଗୋଲାପୀ ରଂଗର ଲେହେଙ୍ଗା ପିନ୍ଧି ହୀରା ହାରର ବିଜ୍ଞାପନ କରୁଥିବା ଭିଡିଓରେ ନଜର ଆସିଛନ୍ତି। ସେ ଯେଉଁଭଳି ଭାବେ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି, ସେଥିରେ ଏକ ବିନ୍ଦିର ଆବଶ୍ୟକତା ରହିଛି ବୋଲି ସମାଲୋଚକମାନେ ମତ ରଖିଛନ୍ତି।

ବିନ୍ଦି ହିନ୍ଦୁ ଧର୍ମର ଏକ ପ୍ରମୁଖ ସାଜସଜା ଉପକରଣ, ବିଶେଷ କରି ବିବାହିତା ମହିଳାଙ୍କ ପାଇଁ। ମାତ୍ର କରୀନା ତାହା ନପିନ୍ଧିଥିବାରୁ କେହି କେହି ତାଙ୍କୁ ଏହା ମୁସ୍‌ଲମାନ ଘରର ବୋହୂ ହେବାର ପରିଣତି ବୋଲି ମଧ୍ୟ କହି ପରିହାସ କରିଛନ୍ତି।

ଏହି କାରଣରୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ମାଲାବାର ଗୋଲ୍ଡକୁ ବ‌ୟକଟ୍‌ କରିଛନ୍ତି। ସୋସିଆଲ୍‌ ମିଡିଆରେ ଏବେ ହାସ୍‌ଟ୍ୟାଗ୍‌ ବୟକଟ୍‌ ମାଲାବାର ଗୋଲ୍ଡ ଓ ‌ବୟକଟ୍‌ କରୀନା କପୁର ଖାନ୍‌‌ ପୋଷ୍ଟ ଖୁବ୍ ଜୋର୍‌ରେ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe