ମୋତେ ଶାହରୁଖ ଫସାଇଛନ୍ତି; ଏଭଳି କହିଲେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ

ଶାହାରୁଖ ଖାନଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଅଭିଯୁକ୍ତ ଫୈଜାନ ଖାନ ଦାବି କରିଛନ୍ତି ଯେ ସେ ଶାହାରୁଖଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ସେଥିପାଇଁ ତାଙ୍କୁ ଫସାଯାଉଛି।

ଅଦ୍ୟତନ ହୋଇଛି
shk

ମୁମ୍ବାଇ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ଦିଆଯାଇଛି। ଏନେଇ ତାଙ୍କ ସୁରକ୍ଷା ବଢ଼ାଯାଇଥିବା ବେଳେ ଏବେ ବଲିଉଡର କିଙ୍ଗ୍ ଶାହାରୁଖ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା। ଏହି ଘଟଣାରେ ବାନ୍ଦ୍ରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫୈଜାନ ଖାନକୁ ରାୟପୁର ପହଞ୍ଚି ପୁଲିସ ପଚରାଉଚରା କରିଛି। ପେସାରେ ଓକିଲ ହୋଇଥିବା ଫୈଜାନଙ୍କୁ ପଚରାଉଚରା ପରେ ପୁଲିସ ନୋଟିସ ଦେଇ ଚାଲିଆସିଥିବା ଜଣାଯାଇଛି।

ପ୍ରଥମେ ଫୋନ ହଜିଯାଇଥିବା କଥା ଅଭିଯୁକ୍ତ କହିଥିବ‌ା ବେ‌ଳେ ଏବେ ଶାହରୁଖ ମୋତେ ଫସାଇଛନ୍ତି ବୋଲି ଦାବି କରିଛନ୍ତି ଫୈଜାନ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଫୈଜାନ ଦାବି କରିଛନ୍ତି ଯେ," ଫିଲ୍ମ 'ଅଞ୍ଜାମ' (୧୯୯୪) ରେ ଶାହାରୁଖ ଏକ ହରିଣକୁ ହତ୍ୟା କରିଥିବା ଦେଖାଯାଇଥିଲା ଏବଂ ସେ ତାଙ୍କ କର୍ମଚାରୀଙ୍କୁ ସେହି ହରିଣର ମାଂସ ରାନ୍ଧି ଖାଇବାକୁ କହୁଥିବା ଦେଖିଥିଲେ ଦର୍ଶକ।

ଫିଲ୍ମରେ ଏଭଳି ଦୃଶ୍ୟ ଦେଖାଇବା ଦ୍ୱାରା ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇପାରେ। ଏହାକୁ ଆଖି ଆଗରେ ରଖି ମୁଁ ପୁଲିସରେ ଅଭିଯୋଗ କରିଥିଲି। ଏଥିପାଇଁ ଷଡଯନ୍ତ୍ର କରାଯାଇ ମୋତେ ଫସାଯାଇଛି। ମୁଁ କାହାକୁ ଧମକ ଦେଇନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe