ଶାହରୁଖଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତର ଚାଞ୍ଚଲ୍ୟକର ବୟାନ

Advertisment

ଅଭିଯୁକ୍ତ ମହମ୍ମଦ ଫୈଜାନ କହିଛି, ‘ ସୁପରଷ୍ଟାର ଶାହାରୁଖଙ୍କ ସମେତ ପୁଅ ଆରୟନଙ୍କ ସୁରକ୍ଷା ବ୍ୟବସ୍ଥା କେତେ କଡ଼ାକଡ଼ି ରହିଛି ତାହାକୁ ନେଇ ରେକି କରିଥିଲି। ଅନଲାଇନରୁ କିଛି ତଥ୍ୟ ମଧ୍ୟ ସଂଗ୍ରହ କରିଥିଲି।

Updated On

ଅଭିଯୁକ୍ତ ମହମ୍ମଦ ଫୈଜାନ କହିଛି, ‘ ସୁପରଷ୍ଟାର ଶାହାରୁଖଙ୍କ ସମେତ ପୁଅ ଆରୟନଙ୍କ ସୁରକ୍ଷା ବ୍ୟବସ୍ଥା କେତେ କଡ଼ାକଡ଼ି ରହିଛି ତାହାକୁ ନେଇ ରେକି କରିଥିଲି। ଅନଲାଇନରୁ କିଛି ତଥ୍ୟ ମଧ୍ୟ ସଂଗ୍ରହ କରିଥିଲି।

ଅଦ୍ୟତନ ହୋଇଛି
88

ମୁମ୍ବାଇ:ନିକଟରେ ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ ଛତିଶଗଡର ରାୟପୁରରୁ ଗିରଫ କରିଥିଲା। ଗିରଫ ବ୍ୟକ୍ତି ଜଣକଙ୍କ ନାମ ମହମ୍ମଦ ଫୈଜାନ ଖାନ୍ ସେ ପେସାରେ ଜଣେ ଓକିଲ ଥିବା ଜଣାପଡ଼ିଛି।

ଶାହାରୁଖଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ମହମ୍ମଦ ଫୈଜାନ ପୁଲିସ ସାମ୍ନାରେ କହିଛନ୍ତି, ‘ମୋ ଲକ୍ଷ୍ୟରେ କେବଳ ଶାହାରୁଖ ଖାନ ନୁହେଁ ତାଙ୍କ ପୁଅ ଆରୟନ ବି ଥିଲେ। ଏମିତି କି ଆରୟନଙ୍କ ସୁରକ୍ଷା ବ୍ୟବସ୍ଥା କେତେ କଡ଼ାକଡ଼ି ରହିଛି ତାହାକୁ ନେଇ ରେକି କରିଥିଲି। ଅନଲାଇନ ଜରିଆରେ ଆରୟନ ବିଷୟରେ କିଛି ତଥ୍ୟ ବି ଏକାଠି କରିଥିଲି। ’

ମହମ୍ମଦ ଫୈଜାନ ଦେଇଥିବା ବୟାନକୁ ନେଇ ପୁଲିସ କହିଛି, ‘ଫୈଜାନଙ୍କୁ ଶାହାରୁଖଙ୍କୁ ହତ୍ୟା ଧମକ ଦେବା ଘଟଣା ବିଷୟରେ  ପଚାରିବାରୁ ସେ କିଛି ପ୍ରଶ୍ନର ଅତି ସରଳ ଭାବେ ଉତ୍ତର ଦେଇଥିଲେ। ଆଉ କିଛି ପ୍ରଶ୍ନର ଉତ୍ତର ଅତି ଜଟିଳ ଭାବେ ଦେଇଥିଲେ ଯେ କିଛି ସ୍ପଷ୍ଟ ତଥ୍ୟ ମିଳି ପାରି ନଥିଲା। ତେଣୁ ପୁଲିସ ଏହି ଘଟଣାର ଯାଞ୍ଚ ଜାରି ରଖିବା ସହିତ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦେଇଛି।’

ନଭେମ୍ବର ୫ ତାରିଖରେ ବାନ୍ଦ୍ରା ପୁଲିସ ଷ୍ଟେସନକୁ କେହି ଜଣେ ବ୍ୟକ୍ତି ଫୋନ୍‌ କରି ଶାହରୁଖ ଖାନ୍‌ଙ୍କୁ ଜୀବନରେ ମାରିବାକୁ ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମାଗିଥିଲେ। ଏହାପରେ ବାନ୍ଦ୍ରା ପୁଲିସ ଷ୍ଟେସନରେ ଏ ନେଇ ମାମଲା ରୁଜୁ ହୋଇଥିଲା। ପୁଲିସ ଯେଉଁ ନମ୍ବରରୁ ଫୋନ୍‌ କଲ୍ ଆସିଥିଲା ତାକୁ ଟ୍ରେସ୍‌ କରିବା ପରେ ଏହା ଛତିଶଗଡ଼ ରାୟପୁରର ମହମ୍ମଦ ଫୈଜାନ ଖାନ୍‌ଙ୍କ ବୋଲି ଜଣାପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe