କାଲି ମୁଁ ମରିଗଲେ ମୋତେ ମନେ ପକାଇବ କି? ଏଭଳି ପୋଷ୍ଟ କରି ପ୍ରଶଂସକଙ୍କ ଚିନ୍ତା ବଢ଼ାଇଲେ ଫଲକ

Advertisment
କାଲି ମୁଁ ମରିଗଲେ ମୋତେ ମନେ ପକାଇବ କି? ଏଭଳି ପୋଷ୍ଟ କରି ପ୍ରଶଂସକଙ୍କ ଚିନ୍ତା ବଢ଼ାଇଲେ ଫଲକ

ନୂଆଦିଲ୍ଲୀ: ଗତ ବର୍ଷ ଟିଭି ଅଭିନେତ୍ରୀ ଫଲକ ନାଜ 'ବିଗ୍ ବସ୍ ଓଟିଟି ୨'ରେ ପ୍ରତିଯୋଗୀ ଭାବେ ନଜର ଆସି ଚର୍ଚ୍ଚିତ ହୋଇଥିଲେ। ଏବେ ଅଭିନେତ୍ରୀ ଫଲକ ଇନଷ୍ଟାଗ୍ରାମରେ ନିଜ ମୃତ୍ୟୁକୁ ନେଇ ପୋଷ୍ଟ ସେୟାର କରିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିନେତ୍ରୀଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି, କାରଣ ସେ ଏହି ପୋଷ୍ଟରେ ଯାହା ଲେଖିଛନ୍ତି ତାହା ଦେଖି ତାଙ୍କ ପ୍ରଶଂସକମାନେ ଅଭିନେତ୍ରୀଙ୍କ ପାଇଁ ଚିନ୍ତା କରିବା ଆରମ୍ଭ କରିଛନ୍ତି ।

ଫଲକ‌ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ଯେ, "ଯଦି ମୁଁ ଆସନ୍ତାକାଲି ମରିଯାଏ? ତେବେ ତୁମେ ମୋତେ ମନେ ପକାଇବ କି? ବୋଧହୁଏ ତୁମେ ମୋ ପାଇଁ ଏକ ପୋଷ୍ଟ କିମ୍ବା ଷ୍ଟୋରୀ ଦେବ। ପୋଷ୍ଟରେ ଆମେ ଏକାଠି ବିତାଇଥିବା ସୁନ୍ଦର ସ୍ମୃତିଗୁଡ଼ିକର ଫଟୋ ସେୟାର କରିବ। କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ସେହି ଶ୍ରଦ୍ଧାଞ୍ଜଳି ଦେଖି ପାରିବି ନାହିଁ। କାରଣ ସେତେବେଳକୁ ମୁଁ ଏହି ଦୁନିଆରୁ ବିଦାୟ ନେଇସାରିଥିବି। ମୋ ପାଇଁ କରାଯାଇଥିବା ପୋଷ୍ଟ କିମ୍ବା ଷ୍ଟୋରୀ ମୋତେ ମୃତ୍ୟୁ ପରେ ସୁଖ ଦେବ ନାହିଁ। ତେଣୁ ତୁମେ ଭଲ ପାଉଥିବା ଲୋକଙ୍କୁ ମୃତ୍ୟୁ ପୂର୍ବରୁ ସବୁ ଭଲପାଇବା ଓ ସୁଖ ଦିଅ।"

ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, "କେବଳ ମୋ ଚିନ୍ତାଧାରା ଆପଣମାନଙ୍କ ସହ ସେୟାର କରୁଛି। ପରେ ଏହାକୁ ଡିଲିଟ୍ କରିପାରେ"। ତାଙ୍କର ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଫଲକ କ’ଣ ପାଇଁ ଏଭଳି ପୋଷ୍ଟ କଲେ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe