ପଞ୍ଜାବୀ ଗାୟକଙ୍କୁ ଗୁଳି: ସୋସିଆଲ ମିଡ଼ିଆରେ ଅଭିଯୁକ୍ତ ସ୍ୱୀକାର କଲେ ଦୋଷ

Advertisment
ପଞ୍ଜାବୀ ଗାୟକଙ୍କୁ ଗୁଳି: ସୋସିଆଲ ମିଡ଼ିଆରେ ଅଭିଯୁକ୍ତ ସ୍ୱୀକାର କଲେ ଦୋଷ

ନୂଆଦିଲ୍ଲୀ : ଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା ଅଭିନେତା ପରମିଶ ବର୍ମାଙ୍କ ଉପରେ ଆଜି ସକାଳେ ମୋହାଲି ଠାରେ ଜଣେ ଅଜଣା ବ୍ୟକ୍ତି ଗୁଳି ଚାଳନା କରିଛନ୍ତି । ପରମିଶ ଏହି ସମୟରେ ଏକ କନସର୍ଟ ଶେଷ କରି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ତାଙ୍କୁ ତୁରନ୍ତ ପାଖ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

publive-image ABP Live

ପୁଲିସ ସୂଚନା ଅନୁଯାୟୀ , ଗାୟକ ପରମିଶ ଏବଂ ତାଙ୍କ ସାଙ୍ଗ ଏକ କନସର୍ଟ ଶେଷ କରି ଘରକୁ ଫେରୁଥିଲେ। ଏହି ସମୟରେ ମୋହାଲିର ଇଣ୍ଡଷ୍ଟିଆଲ ଅଞ୍ଚଳରେ ଜଣେ ବ୍ୟକ୍ତି ଆସି ତାଙ୍କ ଉପରେ ଲଗାତାର ୮ରାଉଣ୍ଡ ଗୁଳି ଚାଳନା କରିଥିଲେ । ତୁରନ୍ତ ପରମିଶ ଏବଂ ତାଙ୍କ ସାଙ୍ଗଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ଦୁହିଁଙ୍କର ସ୍ୱସ୍ଥ୍ୟବସ୍ଥା ସ୍ଥିର ରହିଛି। ପୁଲିସ ଘଟଣାଟିର ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ ।

ଘଟଣାଟିର ତଦନ୍ତ ଚାଲୁ ରହିଥିବା ବେଳେ ଫେସବୁକରେ ଦିଲପ୍ରିତ ସିଂ ଧହାନ ନାମକ ଜଣେ ବ୍ୟକ୍ତି ଗାୟକଙ୍କ ଉପରକୁ ଗୁଳି ଚଳାଇଥିବା ନେଇ ଏକ ପୋଷ୍ଟ କରିଛନ୍ତି। ଏହା ସହ ସେ ନିଜର ବନ୍ଧୁକ ସହ ଏକ ଫଟୋ ପୋଷ୍ଟ କରିଥିବା ବେଳେ ପରମିଶଙ୍କ ଫଟୋ ଉପରେ ଲାଲି ରଙ୍ଗର ଛକି ପକାଇଛନ୍ତି । ତେବେ ଏହା ବିଷୟରେ ପୁଲିସ ପାଖରେ କିଛି ସୂଚନା ନଥିବା ବେଳେ ଘଟଣାଟିର ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe