ସିମ୍ କାର୍ଡରେ ସୋନୁ ସୁଦ ନିଜର ଫଟୋ ଦେଖି ଦେଲେ ଏଭଳି ମଜାଳିଆ ପ୍ରତିକ୍ରିୟା

ସିମ୍ କାର୍ଡରେ ସୋନୁ ସୁଦ ନିଜର ଫଟୋ ଦେଖି ଦେଲେ ଏଭଳି ମଜାଳିଆ ପ୍ରତିକ୍ରିୟା

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ସମସ୍ତଙ୍କ ହୃଦୟ ଜିତି ଅଭାବୀ ଲୋକଙ୍କୁ ସାହାଯ୍ୟ କରିଥିଲେ। ଯେ କେହି ବି କୌଣସି ପ୍ରକାରେ ସାହାଯ୍ୟ ମାଗିଲେ, ସୋନୁ ସୁଦ କାଳବିଳମ୍ବ ନକରି ସେମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସନ୍ତି। ଯେଭଳି ଭା‌ବେ ସେ ଲୋକମାନଙ୍କ ସାହାଯ୍ୟ କରୁଛନ୍ତି ଦେଶ ସହିତ ବିଦେଶରେ ବି ସୋନୁଙ୍କ ପ୍ରଶଂସକ ବଢ଼ିବାରେ ଲାଗିଛନ୍ତି। ସୋନୁଙ୍କ ପ୍ରଶଂସକମାନେ ତାଙ୍କୁ ଟ୍ୱିଟରରେ ଟ୍ୟାଗ୍ କରି ତାଙ୍କର ଛବି ବି ଆଙ୍କୁଥିବା ଦେଖିବାକୁ ମିଳୁଛି।

ଏହି କ୍ରମରେ ସୋମିନ୍ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏକ ସିମ୍ କାର୍ଡରେ ସୋନୁ ସୁଦଙ୍କ ଛବି ତିଆରି କରିଛନ୍ତି। ଏହି ଛବିକୁ ଦେଖିବା ପରେ ଅଭିନେତା ସୋନୁ ସୁଦ  ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କର ପ୍ରତିକ୍ରିୟାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି।|

ସୋନୁ ସୁଦକୁ ଟ୍ୟାଗ୍ କରି ଟୁଇଟର ବ୍ୟବହାରକାରୀ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, 'ସୋନୁ ସୁଦ ସାର୍, ଆପଣଙ୍କ ଫଟୋକୁ ମୁଁ ସିମ୍ କାର୍ଡରେ ଆଙ୍କିଛି। ଆପଣଙ୍କୁ ଏହା କିପରି ଲାଗିଲା ? ଆପଣଙ୍କ ପାଇଁ ଆମେ ସମସ୍ତେ ଗର୍ବିତ |

ଅଭିନେତା ଜିଭ ଥିବା ଏକ ଇମୋଜି ସହିତ ଥଟ୍ଟା କରି ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "୧୦ଜି ନେଟୱାର୍କ"।

ଏହି ପୋଷ୍ଟ ସେୟାର କରିବା ପରେ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୨୧ ହଜାରରୁ ଅଧିକ ଲାଇକ୍ ମିଳିଥିଲା। ଏଥିସହିତ ହଜାରରୁ ଅଧିକ ଥର ରି-ଟ୍ୱିଟ୍ ଏବଂ ୪୦୦ ରୁ ଅଧିକ ଲୋକ ଏହି ପୋଷ୍ଟକୁ ଦେଖି ପ୍ରତିକ୍ରିୟା ବି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe