India.com
ମୁମ୍ବାଇ: ‘ଫରେବ’ ଓ ‘ମେହେନ୍ଦୀ’ ଭଳି ଲୋକପ୍ରିୟ ଛବିରେ ଅଭିନୟ କରିଥିବା ୯୦ ଦଶକର ବଲିଉଡ୍ ଅଭିନେତା ଫରାଜ ଖାନଙ୍କର ବୁଧବାର ଦେହାନ୍ତ ଘଟିଛି। ପୂର୍ବରୁ ସେ ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ଖବର ଟ୍ବିଟର୍ରେ ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ କିଛି ଦିନ ହେଲା ଅସୁସ୍ଥ ଥିବା ହେତୁ ଚିକିତ୍ସିତ ହେଉଥିଲେ ବୋଲି ସୂଚନା ରହିଛି।
ଅଭିନେତା ଫରାଜ ଖାନଙ୍କ ମୃତ୍ୟୁ ଖବରକୁ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରିଛନ୍ତି ଅଭିନେତ୍ରୀ ପୂଜା ଭଟ୍ଟ। ସେ ପୋଷ୍ଟ୍ କରି ଲେଖିଛନ୍ତି ଯେ ଫରାଜ ଖାନ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ପୂଜା ଏହି ଖବରଟିକୁ ଅତ୍ୟନ୍ତ ଦୁଃଖର ସହ ସେୟାର୍ କରିଛନ୍ତି। ଫରାଜ ଖାନଙ୍କ ଶୂନ୍ୟସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ ବୋଲି ସେ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂଜା ଭଟ୍ଟ ଗତ ମାସ ଏକ ଟ୍ବିଟ୍ କରି ଫରାଜ ଖାନଙ୍କ ଅସୁସ୍ଥତା ସଂପର୍କରେ ସୂଚନା ଦେଇଥିଲେ। କେବଳ ସେତିକି ନୁହେଁ, ୨୫ ଲକ୍ଷ ଟଙ୍କାର ଡାକ୍ତରୀ ବିଲ୍ ପୈଠ କରିବାକୁ ସେ ଫରାଜଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଫରାଜ ବେଙ୍ଗାଲୁରର ଏକ ହସ୍ପିଟାଲ୍ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।
ଅଭିନେତା ସଲମାନ ଖାନ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସଲ୍ମାନଙ୍କ ବଡ଼ପଣ ପାଇଁ ଫରାଜ ଖାନଙ୍କ ଭାଇ ଫହମାନ ଖାନ ତାଙ୍କୁ କୃତଜ୍ଞତା ଜଣାଇବା ସହ ପରିବାର ସଲମାନଙ୍କ ପାଖରେ ସଦା ଋଣି ରହିବ ବୋଲି କହିଛନ୍ତି।
Follow Us