ସୋନମଙ୍କ ବିବାହ ପୂର୍ବରୁ ସଙ୍ଗୀତ କୋରିଓଗ୍ରାଫି ଅଧାରେ ରହିଲା, ଫର୍‌ହାଙ୍କ ଭାଙ୍ଗିଲା ଗୋଡ

Advertisment

ତିନମାସ ପର୍ଯ୍ୟନ୍ତ ହ୍ଵିଇଲ ଚେୟାରରେ ରହିବେ

ତିନମାସ ପର୍ଯ୍ୟନ୍ତ ହ୍ଵିଇଲ ଚେୟାରରେ ରହିବେ

ସୋନମଙ୍କ ବିବାହ ପୂର୍ବରୁ ସଙ୍ଗୀତ କୋରିଓଗ୍ରାଫି  ଅଧାରେ ରହିଲା, ଫର୍‌ହାଙ୍କ ଭାଙ୍ଗିଲା ଗୋଡ

ମୁମ୍ବାଇ: ଚର୍ଚ୍ଚିତ କୋରିଓଗ୍ରାଫର ତଥା ନିର୍ଦ୍ଦେଶିକା ଫର୍‌ହା ଖାନ୍‌ଙ୍କ ଗୋଡ ଭାଙ୍ଗି ଯାଇଥିବା ଖବର ମିଳିଛି। ତାଙ୍କୁ ଏବେ ତିନିମାସ ବେଡ ରେଷ୍ଟ ନେବାକୁ ଡାକ୍ତର କହିଛନ୍ତି । ଅର୍ଥାତ୍‌ ଫର୍‌ହା ତିନିମାସ ପର୍ଯ୍ୟନ୍ତ ହ୍ଵିଇଲ ଚେୟାରରେ ହିଁ ରହିବେ।

publive-image

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ମାସରେ ଅଭିନେତ୍ରୀ ସୋନାମ କପୁରଙ୍କ ବିବାହ ଉତ୍ସବ ରହିଛି। ଯାହାକୁ ନେଇ ଜୋରସୋର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ସୋନାମଙ୍କ ବିବାହ ପୂର୍ବରୁ ଫର୍‌ହାଙ୍କୁ ସଙ୍ଗୀତ କୋରିଓଗ୍ରାଫ କରିବାର ଥିଲା। ସୋନମ କପୁରଙ୍କ ମା’ ସୁନୀତା କପୁର ଖୁବ୍‌ ଆଗ୍ରହ ସହକାରେ ଫର୍‌ହାଙ୍କୁ କହିଥିଲେ କି ଝିଅ ସଙ୍ଗୀତ ସମୟରେ ସେ କୋରିଓଗ୍ରାଫି କରିବେ ବୋଲି। ସୋନମଙ୍କ ବିବାହକୁ ଆଉ ୬ଦିନ ବାକିଥିବା ବେଳେ ଫର୍‌ହାଙ୍କ ଗୋଡ଼ ଭାଙ୍ଗି ଯିବା ହେତୁ କପୁର ପରିବାରଙ୍କ ଖୁସିରେ ଆଞ୍ଚ ଆସିଛି ବୋଲି କୁହାଯାଉଛି।

ସୋସିଆଲ ମିଡିଆରେ ଫର୍‌ହା ନିଜ ଗୋଡ ଭାଙ୍ଗିବା ବିଷୟରେ ସୂଚନା ଦେଇ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ଗୋଡରେ ବ୍ୟାଣ୍ଡେଜ ଗୁଡା ଯାଇଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe