ମୁମ୍ବାଇ: ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଫର୍ହାନ ଅଖ୍ତାର ବିଜେପି ମୁଖପାତ୍ର ଜିଭିଏଲ୍ ନର୍ସିମା ରାଓଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ନର୍ସିମା ରାଓ ପୂର୍ବରୁ ମତ ଦେଇଥିଲେ ଯେ ଅନେକ ଭାରତୀୟ କଳାକାରମାନେ ସାଧାରଣ ଜ୍ଞାନରେ ଦୁର୍ବଳ। ତାଙ୍କର ଏପରି ମତାମତ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଫର୍ହାନ ଅଖ୍ତାର। ସେ ନିଜ ଟୁଇଟର୍ରେ ନର୍ସିମାଙ୍କ ଉଦେଶ୍ୟରେ ଲେଖିଛନ୍ତି, ‘କେତେ ସାହସୀ ଆପଣ ସାର୍? ପ୍ରତ୍ୟେକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ନିଜ ନିଜ ର୍ୟାଙ୍କ୍ରେ ଅଛନ୍ତି। ସେମାନେ ଆପଣଙ୍କ ବିଷୟରେ କ’ଣ ଭାବୁଥିବେ?’
/sambad/media/post_attachments/wp-content/uploads/2017/10/maxresdefault-10.jpg)
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୮ ତାରିଖରେ ମୁକ୍ତିଲାଭ କରିଛି ତାମିଲ୍ ଚଳଚ୍ଚିତ୍ର ‘ମାର୍ସାଲ’। ଚଳଚ୍ଚତ୍ରଟିରେ ଗୁଡ୍ସ ଆଣ୍ଡ୍ ସର୍ଭିସ ଟ୍ୟାକ୍ସ(ଜିଏସ୍ଟି) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାୟନ ନିଷ୍ପତ୍ତି ନେଇ କେତୋଟି ଦୃଶ୍ୟ ରହିଛି। ଦୃଶ୍ୟଗୁଡ଼ିକରେ ଜିଏସ୍ଟି ଏବଂ ବିମୁଦ୍ରାୟନକୁ କଟାକ୍ଷ କରାଯାଇଛି। ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ତାମିଲ୍ନାଡୁର ବିଜେପି ଚଳଚ୍ଚିତ୍ରରେ ଜିଏସ୍ଟି ଏବଂ ବିମୁଦ୍ରାୟନକୁ ନେଇ ରହିଥିବା ସ୍ୱତନ୍ତ୍ର ସଂଳାପକୁ ବାଦ୍ ଦେବାକୁ ଦାବି କରିଥିଲେ।
ଏ ନେଇ ରାଜ୍ୟ ବିଜେପି ସଭାପତି ତାମିଲସାଇ ସୁନ୍ଦରାଜନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ କଳାକାରମାନେ ଚଳଚ୍ଚିତ୍ର ଜରିଆରେ ସାର୍ଧାରଣ ଲୋକଙ୍କୁ ଜଏସ୍ଟି ସଂପର୍କିତ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି। ଏଣୁ ଦିପାବଳୀରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ମୋଦି ବିରୋଧୀ ହୋଇଥିବାରୁ କେତେକ ସ୍ୱତନ୍ତ୍ର ଦୃଶ୍ୟକୁ ବାଦ୍ ଦେବା ପାଇଁ ବିଜେପିର ବିଭିନ୍ନ ମହଲରୁ ଚାପ ଆସିଛି।
Follow Us