ପୁରୁଷ ହକି ଦଳ ପରିବର୍ତ୍ତେ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ଫରହାନ ଅଖତର

ପୁରୁଷ ହକି ଦଳ ପରିବର୍ତ୍ତେ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ଫରହାନ ଅଖତର

ମୁମ୍ବାଇ: ଭୁଲ ଟ୍ବିଟ ପାଇଁ ହଟହଟା ହେଲେ ବଲିଉଡ ଅଭିନେତା ଫରହାନ ଅଖତର। ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାର ପୁରୁଷ ହକିରେ ଜର୍ମାନିକୁ ୫-୪ରେ ପରାସ୍ତ କରି ଭାରତ କାଂସ୍ୟପଦକ ଜିଣିବା ସହ ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇଥିଲା। ତେବେ ଭାରତୀୟ ଟିମର ଏଭଳି ଐତିହାସିକ ବିଜୟ ପରେ ଟିମକୁ ଶଭେଚ୍ଛା ଜଣାଇବାକୁ ଯାଇ ହଟହଟା ହୋଇଛନ୍ତି ଅଭିନେତା ଫରହାନ ଅଖତର। ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇବା ପରିବର୍ତ୍ତେ ‌ସେ ଭୁଲରେ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଥିଲେ।

ହେଲେ ସେ ନିଜର ଭୁଲ ଜାଣିପାରି ପୁରୁଣା ଟ୍ବିଟକୁ ହଟାଇବା ସହ ନୂଆ ଟ୍ବିଟ କରିଥିବା ଦେଖାଯାଇଛି। ତେବେ ଫରହାନ ଟ୍ବିଟ ହଟାଇଥିଲେ ମଧ୍ୟ ଏବେ ତାଙ୍କ ଟ୍ବିଟର ସ୍କ୍ରିନସଟ ‌ଟ୍ବିଟରରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ସ୍କ୍ରିନସଟରେ ସେ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି, ଯାହା ପାଇଁ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି।

publive-image indiatoday.in

ତେବେ ଭୁଲ ଜାଣିବା ପରେ ସେ କରିଥିବା ନୂଆ ଟ୍ବିଟରେ ଲେଖାଯାଇଛି ଯେ, ଯୋଦ୍ଧା ମନୋବୃତ୍ତି ଏବଂ ଚତୁର୍ଥ ପଦକ ଆଣିଥିବାରୁ ଭାରତୀୟ ହକି ଦଳ ପାଇଁ ଗର୍ବିତ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe