ମେ’୧୨ରେ ଭୋପାଳରେ ମତଦାନ ସରିଥିବା ବେଳେ ମେ’ ୧୮ରେ ଟୁଇଟ୍‌ କରି ଲୋକମାନଙ୍କୁ ଭୋଟ ଦେବାକୁ କହିବାରୁ ଟ୍ରୋଲ ହେଲେ ଫରହାନ୍‌

Advertisment
ମେ’୧୨ରେ ଭୋପାଳରେ ମତଦାନ ସରିଥିବା ବେଳେ ମେ’ ୧୮ରେ ଟୁଇଟ୍‌ କରି ଲୋକମାନଙ୍କୁ ଭୋଟ ଦେବାକୁ କହିବାରୁ ଟ୍ରୋଲ ହେଲେ ଫରହାନ୍‌

aajtak.intoday.in

ମୁମ୍ବାଇ : ଭାରତରେ କିଛି ଦିନ ହେଲାଣି ନିର୍ବାଚନୀ ମାହୋଲ ଚାଲିଥିବା ବେଳେ ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଥିଲା । ନେତାଙ୍କଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ମତଦାନ କେନ୍ଦ୍ରରେ ପହଞ୍ଚି ନିଜ ନିଜର ମତଦାନ କରିଥିଲେ । ଏହା ସହ ଦେଶର ଜନତାଙ୍କୁ ସୋସିଆଲ ମିଡିଆ ଜରିଆରେ ଭୋଟ୍‌ ଦେବାକୁ ମଧ୍ୟ ଅପିଲ କରିଥିଲେ । କିନ୍ତୁ ଅଭିନେତା ଫରହାନ୍‌ ଅଖ୍‌ତର ଯେଉଁ ଟୁଇଟ୍‌ କରିଥିଲେ, ତାହା ଏବେ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି ।

ଟୁଇଟ୍‌ରେ, ପ୍ରିୟ ଭୋପାଳର ମତଦାତାମାନେ, ଏହା ହେଉଛି ସେହି ସମୟ, ଯେତେବେଳେ ଆପଣ ନିଜ ସହରକୁ ଆଉ ଏକ ଗ୍ୟାସ୍‌ ଟ୍ରାଜେଡ଼ିରୁ ବଞ୍ଚାଇ ପାରିବେ ବୋଲି ଲେଖିଥିଲେ ଫରହାନ୍‌ । ଏଭଳି ଟୁଇଟ୍‌ କରି ଫରହାନ୍‌ ଭୋପାଳବାସୀଙ୍କୁ ଭୋଟ କରିବାକୁ ଅପିଲ କରିଦେଲେ ସତ । କିନ୍ତୁ ଭୋପାଳରେ ମତଦାନ ମେ’ ୧୨ରୁ ସାରି ସାରିଛି ବୋଲି ଭୁଲି ଗଲେ । ଯାହା ତାଙ୍କୁ ଏବେ ସମାଲୋଚନାର ଶିକାର କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe