ଫେବ୍ରୁଆରି ୧୯ରେ ବିବାହ ବନ୍ଧନରେ ବାନ୍ଧି ହେବେ ଫରହାନ ଓ ଶିବାନୀ

ଫେବ୍ରୁଆରି ୧୯ରେ ବିବାହ ବନ୍ଧନରେ ବାନ୍ଧି ହେବେ ଫରହାନ ଓ ଶିବାନୀ

www.pinkvilla.com

ମୁମ୍ବାଇ: ଫେବ୍ରୁଆରି ୧୯ରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ଫରହାନ ଅଖତାର ଓ ଶିବାନୀ ଦାଣ୍ଡେକର। କିଛି ଦିନ ହେବ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଫେବ୍ରୁଆରି ମାସରେ ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ‌ହେଲେ ତାରିଖ ସାମ୍ନାକୁ ଆସିନଥିବା ବେଳେ ଏବେ ଫରହାନଙ୍କ ମା’ ତାରିଖ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ଶିବାନୀଙ୍କ ଘନିଷ୍ଠ ବନ୍ଧୁମାନେ ତାଙ୍କ ପାଇଁ ମେହେନ୍ଦି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଆଜି ମେହେନ୍ଦି କାର୍ଯ୍ୟକ୍ରମ ଚାଲିଛି। ଆମେ ବହୁତ ଖୁସି, ଫେବ୍ରୁଆରି ୧୯ରେ ଦୁହିଁଙ୍କ ବିବାହ ହେବ। କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ ହେବ।

THIS video of Farhan Akhtar and Shibani Dandekar will melt your HEART tellychakkar

ଖବର ଅନୁଯାୟୀ, ଫରହାନଙ୍କ ଖଣ୍ଡାଲା ଫାର୍ମହାଉସରେ ବିବାହ ହେବ। ଏନେଇ ହନିଙ୍କୁ ପଚରାଯିବା ପରେ ସେ କହିଥିଲେ ଯେ, ମୁଁ ଏହା ପ୍ରକାଶ କରିପାରିବି ନାହିଁ। ଗଣମାଧ୍ୟମ ସେହି ସ୍ଥାନକୁ ଆସନ୍ତୁ ବୋଲି ଆମେ ଚାହୁଁ ନାହୁଁ। ଏହା ଏକ ପାରିବାରିକ କାର୍ଯ୍ୟକ୍ରମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe