ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଫ୍ୟାସନ ଡିଜାଇନର

Advertisment

ଗତବର୍ଷରୁ ହୃଦୟସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିବା ଲୋକପ୍ରିୟ ଫ୍ୟାସନ ଡିଜାଇନ ରୋହିତ ବଲଙ୍କ ପରଲୋକ। ରୋହିତଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପୋଷାକକୁ ବଲିଉଡ ତାରକାମାନେ ଖୁବ ପସନ୍ଦ କରିଥାଆନ୍ତି।

ଗତବର୍ଷରୁ ହୃଦୟସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିବା ଲୋକପ୍ରିୟ ଫ୍ୟାସନ ଡିଜାଇନ ରୋହିତ ବଲଙ୍କ ପରଲୋକ। ରୋହିତଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପୋଷାକକୁ ବଲିଉଡ ତାରକାମାନେ ଖୁବ ପସନ୍ଦ କରିଥାଆନ୍ତି।

123

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ପାଇଁ ଚାରିଆଡେ ହସଖୁସିର ବାତାବରଣ ଥିବା ବେଳେ ମନୋରଞ୍ଜନ ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।   

ବଲିଉଡ୍‌ର ତଥା ଦେଶର ଅନ୍ୟତମ ଖ୍ୟାତନାମା ଫ୍ୟାସନ ଡିଜାଇନର ରୋହିତ ବଲ୍‌ଙ୍କ ପରଲୋକ ହୋଇଛି। ରୋହିତଙ୍କ ଦେହାନ୍ତ ଖବର ଫ୍ୟାସନ ଡିଜାଇନ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ରୋହିତ ଗତବର୍ଷରୁ ହୃଦୟସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିଲେ। ୨୦୨୦ରେ ହୃଦଘାତର ଶିକାର ହେବାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଥିଲା । ଏହାପର ଠାରୁ ସମୟସମୟରେ ତାଙ୍କ ସ୍ବାସ୍ଥ୍ୟ ଭଲ ରହୁ ନଥିଲା। ଚିକିତ୍ସା ପାଇଁ ରୋହିତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିଲା। ଅସୁସ୍ଥତା କାରଣରୁ ରୋହିତ ଅନେକ ଦିନ ହେବ ଫ୍ୟାସନ ଦୁନିଆରୁୁ ଦୁରେଇ ଯାଇଥିଲେ। 

୧୯୮୬ରେ ଫ୍ୟାସନ ଡିଜାଇନିଂ ଭାବେ କ୍ୟାରିୟର ଆରମ୍ଭ କରିଥିବା ରୋହିତଙ୍କ ୧୯୬୧ ମସିହା ମଇ ୮ ତାରିଖରେ କଶ୍ମୀର ପଣ୍ଡିତ ପରିବାରେ ହୋଇଥିଲା। ଶ୍ରୀନଗରରେ ରୋହିତ ନିଜର ପାଠପଢ଼ା ଆରମ୍ଭ କରିଥିଲେ। ପରେ ରୋହିତଙ୍କ ପୁରା ପରିବାର ଦିଲ୍ଲୀ ଚାଲି ଆସିଥିଲେ। ଦିଲ୍ଲୀରେ ରୋହିତ ଫ୍ୟାସନ ଡିଜାଇନରର କୋର୍ସ କରିଥିଲେ।‌ ରୋହିତଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପୋଷାକ ଏକଦା ବଲିଉଡ ତାରକାଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ପାଲଟିଥିଲା । ପୋଷାକ ଡିଜାଇନ କରିବା ସହିତ ରୋହିତ କିଛିଦିନ ହେବ ଅଳଙ୍କାର ଡିଜାଇନ କରିବା କ୍ଷେତ୍ରରେ ପାଦଥାପିଥିଲେ।

ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ଜଟିଳ ହୋଇପଡିଥିବା ରୋହିତଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ପ୍ରକାଶ। ଲୋକପ୍ରିୟ ଫ୍ୟାସନ ଡିଜ‌ାଇନରଙ୍କ ହଠାତ ଏଭଳି ମୃତ୍ୟୁକୁ ମନୋରଞ୍ଜନ ଦୁନିଆ ସହଜରେ ଗ୍ରହଣ କରି ପାରୁ ନାହିଁ। ବଲିଉଡର ଅନେକ କଳାକାରଙ୍କ ପ‌ାଇଁ ରୋହିତ ଥିଲେ ଅତି ପ୍ରିୟର ଫ୍ୟାସନ ଡିଜାଇନର।

ଅଧିକପଢ଼ନ୍ତୁ:ବିମାନବନ୍ଦରରେ ନୂତନ ନିୟମ: ୩ ମିନିଟ୍‌ରୁ ଅଧିକ ସମୟ ଆଲିଙ୍ଗନ କଲେ ଦେବାକୁ ହେବ ଜରିମାନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe