ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା; ଆଦିତ୍ୟ ଠାକରେଙ୍କ ଉପରେ ଏହି ଆରୋପ ଲଗାଇଲେ ଦିଶାଙ୍କ ବାପା

ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଏବେ ଏକ ନୂତନ ମୋଡ଼ ଆସିଛି। ଦିଶାଙ୍କ ବାପା ସତୀଶ ସାଲିଆନ୍ ଏବେ ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି। ସେ ତାଙ୍କ ଝିଅ ମୃତ୍ୟୁର ନୂତନ ତଦନ୍ତ ଦାବି କରିଛନ୍ତି।

dishaa

ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଏବେ ଏକ ନୂତନ ମୋଡ଼ ଆସିଛି। ଦିଶାଙ୍କ ବାପା ସତୀଶ ସାଲିଆନ୍ ଏବେ ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି। ସେ ତାଙ୍କ ଝିଅ ମୃତ୍ୟୁର ନୂତନ ତଦନ୍ତ ଦାବି କରିଛନ୍ତି। ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବାକୁ ସେ ଦାବି କରିଛନ୍ତି।

ପିଟିଆଇ ଅନୁଯାୟୀ, ଦିଶା ସାଲିଆନଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ସହ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ହତ୍ୟା କରାଯାଇଥିଲା। ସେ ଦାବି କରିଛନ୍ତି ଯେ, ଏହି ମାମଲାରେ କିଛି ପ୍ରଭାବଶାଳୀ ଲୋକଙ୍କୁ ବଞ୍ଚାଇବା ପାଇଁ ଏକ ରାଜନୈତିକ ଷଡ଼ଯନ୍ତ୍ର ରଚନା କରାଯାଇଛି। ସତୀଶ ସାଲିଆନ୍ ହାଇକୋର୍ଟରେ ଆବେଦନ କରିଛନ୍ତି ଯେ ତାଙ୍କ ଝିଅର ମୃତ୍ୟୁର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ।

ସତୀଶଙ୍କ ଅଭିଯୋଗ ଉପରେ ଶିବସେନା ନେତା ସଞ୍ଜୟ ରାଉତ ନିଜ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହା ହତ୍ୟା ନୁହେଁ ବରଂ ଏକ ଦୁର୍ଘଟଣା। ୫ ବର୍ଷ ପରେ ଆବେଦନ ଦାଖଲ ହେଉଛି, ଏହା ପଛରେ କ’ଣ ରାଜନୀତି ରହିଛି? ସରକାର ଔରଙ୍ଗଜେବଙ୍କ କବର ଖୋଳିବାକୁ ଚାହୁଁଥିଲେ। କିନ୍ତୁ ଔରଙ୍ଗଜେବ ଆସି ତାଙ୍କ କାନ୍ଧରେ ବସିଗଲେ। ଔରଙ୍ଗଜେବଙ୍କଠାରୁ ମୁକ୍ତି ପାଇବା ପାଇଁ, ସରକାର ଦିଶାଙ୍କ ମୃତ୍ୟୁା ସାହାଯ୍ୟ ନେଉଛନ୍ତି। ଶିବସେନା (ୟୁବିଟି)ରାଜ୍ୟର ସମସ୍ୟାଗୁଡ଼ିକୁ ଦୃଢ଼ତାର ସହ ଉଠାଇ ଆସୁଛି। ସେଥିପାଇଁ ଆଦିତ୍ୟ ଠାକରେଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଦିଶା ସାଲିଆନ୍‌ଙ୍କ ବାପାଙ୍କ ପଛରେ କେହି ଜଣେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ୮ ଜୁନ୍ ୨୦୨୦ରେ ଏକ କୋଠାର ୧୪ ମହଲାରୁ ପଡ଼ି ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା। ଦିଶା ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଥିଲେ। ଦିଶାଙ୍କ ମୃତ୍ୟୁର ମାତ୍ର ୬ଦିନ ପରେ, ୧୪ଜୁନ୍ ୨୦୨୦ରେ, ସୁଶାନ୍ତ ମଧ୍ୟ ତାଙ୍କ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe