କାହିଁକି ନୂଆ ସିନେମା ସାଇନ୍‌ କରୁ ନାହାନ୍ତି ଫତିମା ସନା ସେଖ୍‌ ?

କାହିଁକି ନୂଆ ସିନେମା ସାଇନ୍‌ କରୁ ନାହାନ୍ତି ଫତିମା ସନା ସେଖ୍‌ ?

photo-thestatesman.com

ମୁମ୍ବାଇ: ଫତିମା ସନା ସେଖ୍‌ ସୁପରହିଟ୍‌ ଫିଲ୍ମ‘ଦଙ୍ଗଲ୍‌’ରେ ଅଭିନୟ କରିବା ବେଳେ ଯେତିକି ଚର୍ଚ୍ଚାରେ ନ ଥିଲେ ତା’ଠୁ ବେଶୀ ପ୍ରଶଂସା ସାଉଁଟୁଛନ୍ତି ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ରେ ନିଜର ଲୁକ୍‌ ପାଇଁ। ଏହି ସିନେମାରେ ତାଙ୍କୁ ନୂଆ ଲୁକ୍‌ ଦିଆଯାଇଛି।   ସୁପରହିଟ୍‌ ଫିଲ୍ମ‘ଦଙ୍ଗଲ୍‌’ରେ ମିଷ୍ଟର ପରଫେକସନିଷ୍ଟ୍‍ ଅମୀର୍‌ ଖାନ୍‌ଙ୍କ ଝିଅ ଭୂମିକା ନିଭାଇଥିଲେ । ଏହି ସିନେମାରେ ତାଙ୍କ କେଶ ଥିଲା ଏକଦମ୍‌ ଛୋଟ । ହେଲେ  ଏତେ ଜଲଦି କେମିତି ଫତିମା ବଦଳିଗଲେ ବୋଲି ପ୍ରଶ୍ନ ଉଠୁଛି ।

publive-image photo-INDIATODAY

ଫତିମା ସନା ସେଖ ଏବେ ଦୁଇ ଜଣ ବିଗ୍‌ ଷ୍ଟାର୍‌ ଅମିତାଭ ବଚ୍ଚନ ଏବଂ ଅମୀର ଖାନଙ୍କ ସହ କାମ କରୁଥିବା ହେତୁ ଖୁବ୍‌ ସତର୍କ ଅଛନ୍ତି। ସବୁଠୁ ବଡ଼ କଥା ହେଲା ଯେ ଏବେ ପ୍ରଯୋଜକମାନେ ନିଜ ନିଜ ସିନେମାରେ ତାଙ୍କୁ ନେବା ଲାଗି ଆଗ୍ରହ ଦେଖାଉଛନ୍ତି। କିନ୍ତୁ ଯେମିତି ଏ ଖବର‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର ପ୍ରଯୋଜକଙ୍କ କାନରେ ପଡ଼ିଲା ସେ ତତକ୍ଷଣାତ୍‌ ଫତିମାଙ୍କୁ ନୋଟିସ ଜାରି କରି ଜଣାଇଛନ୍ତି ଯେ ଏହି ସିନେମା ରିଲିଜ୍‌ ହେବା ଆଗରୁ ଅନ୍ୟ କୌଣସି ସିନେମାରେ ଫତିମା କାମ କରି ପାରିବେ ନାହିଁ। ଏହାକୁ ବି ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଫତିମା, କାରଣ ସେ ଜାଣନ୍ତି ଯେ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କ ସହ ସଂପର୍କ ଖରାପ କରିବା ଠିକ୍‌ ନୁହେଁ। ତା’ଛଡ଼ା ତାଙ୍କର ମେଣ୍ଟର୍‌ ଅମୀର ଖାନଙ୍କୁ ବି ଅସନ୍ତୁଷ୍ଟ କରିବା ଉଚିତ ନୁୁହେଁ। ଏଣୁ ସେ କୌଣସି ନୂଆ ସିନେମା ସାଇନ୍‌ କରୁ ନାହାନ୍ତି ଯଦିଓ ତାଙ୍କ ପାଖରେ ଡଜନେ ଫିଲ୍ମର ଅଫର୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe