'ପାକିସ୍ତାନ ଜିନ୍ଦାବାଦ୍': 'ଅପରେସନ୍ ସିନ୍ଦୂର'କୁ ଲଜ୍ଜାଜନକ କହି ଏଭଳି ଲେଖିଲେ ଫୱାଦ୍

Advertisment
tsdhjkhj

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଭାରତ, ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏହା କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ଉପଯୁକ୍ତ ଜବାବ ଦେଇଥିଲା ଭାରତ। ବାୟୁସେନା ପାକିସ୍ତାନରେ ଅବସ୍ଥିତ ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଏହି ଅପରେସନ ପରେ ଭାରତର ଆଲୋଚନା ଏବେ ସାରା ବିଶ୍ବରେ ହେଉଛି। ‌ହେଲେ ପାକିସ୍ତାନୀ କଳାକାରମାନେ ଏହାକୁ ନିନ୍ଦା କରୁଛନ୍ତି। ପାକିସ୍ତାନୀ ଅଭିନେତା ଫୱାଦ ଖାନ ଅପରେସନ ସିନ୍ଦୂରକୁ ଲଜ୍ଜାଜନକ କହିଛନ୍ତି। କିଛି ଦିନ ତଳେ ପହଲଗାମ୍ ଆକ୍ରମଣକୁ ନିନ୍ଦା କରିଥିବା ଫୱାଦ୍ ଏବେ ଅପରେସନ୍ ସିନ୍ଦୂରକୁ ନିନ୍ଦ‌ା କରିଛନ୍ତି।

ଫୱାଦ ଖାନ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ପାକିସ୍ତାନ ଜିନ୍ଦାବାଦ୍ ବୋଲି ଲେଖିଛନ୍ତି।

ସେ କରିଥିବା ପୋଷ୍ଟରେ ଲେଖାଯାଇଛି, "ଏହି ଲଜ୍ଜାଜନକ ଆକ୍ରମଣରେ ଆହତ ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ମୁଁ ଦୁଃଖ ପ୍ରକାଶ କରୁଛି। ଆଗାମୀ ଦିନରେ ଈଶ୍ୱର ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ସମସ୍ତଙ୍କୁ ମୋର ଏକମାତ୍ର ଅନୁରୋଧ ଯେ, ନିଜ ନିଜର ସ୍ବାର୍ଥ ପାଇଁ ନିଆଁରେ ଘିଅ ଢାଳନ୍ତୁ ନାହିଁ। ଏହା ସାଧାରଣ ଲୋକଙ୍କ ଜୀବନଠାରୁ ଅଧିକ ମୂଲ୍ୟବାନ ନୁହେଁ। ପାକିସ୍ତାନ ଜିନ୍ଦାବାଦ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe