ଘରକୁ ଫେରି ବି ଅଭିଷେକଙ୍କ ପାଇଁ ଦୁଃଖୀ ବିଗ୍‌ ବି

ଘରକୁ ଫେରି ବି ଅଭିଷେକଙ୍କ ପାଇଁ ଦୁଃଖୀ ବିଗ୍‌ ବି

Times of India

ବିଗ୍‌ ବି କରୋନା ଲଢ଼େଇରେ ସଫଳ ହୋଇଛନ୍ତି ଓ ଏହି ଭୂତାଣୁକୁ ହରାଇ ଘରକୁ ଫେରିଛନ୍ତି। ୩ ସପ୍ତାହର ହସ୍‌ପିଟାଲ୍‌ ରହଣୀ ପରେ ଘରକୁ ଫେରି ବି ସେ ଖୁସି ନାହାନ୍ତି। ଏ ପର୍ଯ୍ୟନ୍ତ ତାଙ୍କ ପୁଅ ଅଭିଷେକ କରୋନା ପଜିଟିଭ୍‌ ଅଛନ୍ତି ଓ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏଣୁ ସେ ଅଭିଷେକଙ୍କ ପାଇଁ ପ୍ରାର୍ଥନା କରିବା ସହ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଆସନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏଥିସହ ସେ ନିଜ ମା’ ଙ୍କ ଆଶୀର୍ବାଦ ଓ ତାଙ୍କ ପ୍ରଶଂସକଙ୍କ ପ୍ରାର୍ଥନା ଓ ଶୁଭକାମନା ପାଇଁ ଆରୋଗ୍ୟ ହୋଇ ଘରକୁ ଫେରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ନାନାବତି ହସ୍‌ପିଟାଲ୍‌ର ସମସ୍ତ ଡାକ୍ତର ଓ ନର୍ସଙ୍କ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପଟେ ଅଭିଷେକ ମଧ୍ୟ ଟ୍ବିଟରରେ ବିଗ୍‌ ବିଙ୍କ ହସ୍‌ପିଟାଲ୍‌ରୁ ଘର ବାହୁଡ଼ାକୁ ନେଇ ଖୁସି ପ୍ରକାଶ କରିବା ସହ ସୂଚନା ଦେଇଛନ୍ତି, ଏବେ ବି ମୁଁ କରୋନା ଆକ୍ରାନ୍ତ ବୋଲି ରିପୋର୍ଟରେ ଆସିଛି। ଏଣୁ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ। କିନ୍ତୁ ପ୍ରତିଶ୍ରୁତି ଦେଉଛି, ମୁଁ କରୋନାକୁ ହରାଇ, ସୁସ୍ଥସବଳ ହୋଇ ଘରକୁ ଫେରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe