ଏହି କାରଣ ପାଇଁ ମଞ୍ଚ ଉପରେ ତେଲୁଗୁ ଅଭିନେତାଙ୍କୁ ମାଡ଼ ମାରିଲେ ମହିଳା

ତେଲୁଗୁ ଅଭିନେତା ଏନ.ଟି ରାମାସ୍ୱାମୀଙ୍କୁ ତାଙ୍କ ଫିଲ୍ମ 'ଲଭ୍ ରେଡ୍ଡି'ର ସ୍କ୍ରିନିଂ ସମୟରେ ଜଣେ ମହିଳା ଚାପୁଡ଼ା ମାରିଥିଲେ। କୁହାଯାଉଛି ଯେ ମହିଳାଜଣକ 'ଲଭ୍ ରେଡ୍ଡି'ରେ ଥିବା ତାଙ୍କ ଚରିତ୍ର ଦେଖି ରାଗିଯାଇଥିଲେ |

safsa

ହାଇଦ୍ରାବାଦ: ଫିଲ୍ମର ପ୍ରଚାର ବେଳେ ମାଡ଼ ଖାଇଲେ ଅଭିନେତା | ମଞ୍ଚ ଉପରକୁ ଆସି ଚାପୁଡ଼ା ଉପରେ ଚାପୁଡ଼ା ମାରିଲେ ମହିଳା | ତେଲୁଗୁ ଅଭିନେତା ଏନ.ଟି ରାମାସ୍ୱାମୀଙ୍କ ସହ ଘଟିଛି ଏଭଳି ଘଟଣା | ସେ ତାଙ୍କ ଆଗାମୀ ଫିଲ୍ମ 'ଲଭ୍ ରେଡ୍ଡି'ର ସ୍କ୍ରିନିଂ ପାଇଁ ଯାଇଥିବା ସମୟରେ ଜଣେ ମହିଳା ତାଙ୍କୁ ଚାପୁଡ଼ା ମାରିଥିଲେ। କୁହାଯାଉଛି ଯେ, ମହିଳାଜଣକ  'ଲଭ୍ ରେଡ୍ଡି'ରେ ଥିବା ତାଙ୍କ ଚରିତ୍ର ଦେଖି ରାଗିଯାଇଥିଲେ | ଏବେ ଏହି ଘଟଣାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି |

ହାଇଦ୍ରାବାଦରେ ଘଟିଛି ଏଭଳି ଘଟଣା | ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଫିଲ୍ମରେ ଖଳନାୟକ ହୋଇଥିବା ଏନ.ଟି ରାମାସ୍ୱାମୀ ଅଭିନେତ୍ରୀଙ୍କ ଉପରକୁ ଏକ ଇଟା ଫିଙ୍ଗୁଛନ୍ତି | ଏହା ଦ୍ୱାରା ଅଭିନେତ୍ରୀଙ୍କ ମୁଣ୍ଡ ଫାଟିଯାଉଛି | ଫିଲ୍ମରେ ଥିବା ଏହି ଦୃଶ୍ୟ ସ୍କ୍ରିନିଂ ସମୟରେ ଦେଖିବା ପରେ କଳାକାରମାନେ ମଞ୍ଚ ଉପରକୁ ଯାଇ ଫିଲ୍ମ ବିଷୟରେ କହିବା ଆରମ୍ଭ କରୁଛନ୍ତି | ଏହି ସମୟରେ ଜଣେ ମହିଳା ମଞ୍ଚ ଉପରକୁ ଆସି ଏନ.ଟି ରାମାସ୍ୱାମୀଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରୁଛନ୍ତି | ଏହା ଦେଖି ଉପସ୍ଥିତ କଳାକାର ତାଙ୍କୁ ରୋକୁଛନ୍ତି |

ଏହି ଘଟଣା ପରେ ଏନ.ଟି ରାମାସ୍ୱାମୀଙ୍କୁ ଶକ୍ତ ଧକ୍କା ଲାଗିଥିବା କୁହାଯାଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe