ଦଶହରାରେ ରିଲିଜ୍ ହେବ ସଲମାନ୍ ଓ ଆୟୁଷ ଶର୍ମାଙ୍କ ଅଭିନୀତ ‘ଅନ୍ତିମ’ ଚଳଚ୍ଚିତ୍ର

Advertisment
ଦଶହରାରେ ରିଲିଜ୍ ହେବ ସଲମାନ୍ ଓ ଆୟୁଷ ଶର୍ମାଙ୍କ ଅଭିନୀତ ‘ଅନ୍ତିମ’ ଚଳଚ୍ଚିତ୍ର

The Indian Express

କୋଭିଡ୍ କଟକଣା କୋହଳ ହେବା ପରେ ଏବେ ବଲିଉଡ୍ ପୁଣି ସରଗରମ୍ ହେଇଉଠିଛି। ବିଶେଷକରି ସୁପରହିରୋ ଶାହାରୁଖ୍, ସଲମାନ୍, ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ପରି ଅଭିନେତାଙ୍କୁ ଦେଖିବାକୁ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ସୃଷ୍ଟି ହୋଇଛି। ଯେମିତି ଶାହାରୁଖଙ୍କ ‘ପଠାନ୍’, ଅଜୟ ଦେବଗନ୍‌ଙ୍କ ‘ମେଡେ’, ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’, ସେମିତି ସଲମାନ୍ ଖା‌ନ୍‌ଙ୍କ ‘ଅନ୍ତିମ’କୁ ଅନେକଙ୍କର ଅପେକ୍ଷା ରହିଛି। ସଲମାନ୍ ଓ ଆୟୁଷ ଶର୍ମାଙ୍କ ଅଭିନୀତ ‘ଅନ୍ତିମ: ଦ ଫାଇନାଲ୍ ଟ୍ରୁଥ୍’ ଆଗାମୀ ଅକ୍ଟୋବର ୧୫ ତାରିଖରେ ଜି-୫ ଚ୍ୟାନେଲ୍‌ରେ ଟେଲିଭିଜନ୍ ପ୍ରିମିୟର୍ ହେବା ସହ ସିନେମା ହଲ୍‌ରେ ମଧ୍ୟ ରିଲିଜ୍ ହେବ।

ଏହା ଭିତରେ ଗଣେଶ ପୂଜା‌ ଅବସରରେ ଏଇ ଚଳଚ୍ଚିତ୍ରରେ ଥିବା ‘ବିଘ୍ନହର୍ତ୍ତା’ ଗୀତଦୃଶ୍ୟଟି ରିଲିଜ୍ ହୋଇଛି। ଏଇ ଗୀତଦୃଶ୍ୟରେ ସଲମାନ୍ ଓ ଆୟୁଷଙ୍କ ବ୍ୟତୀତ ବରୁନ୍ ଧାବନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏଇ ତିନିଜଣ ଅଭିନେତାଙ୍କ ଉପସ୍ଥିତି ‘ବିଘ୍ନହର୍ତ୍ତା’ ଗୀତଦୃଶ୍ୟ ଆଡ଼କୁ ଅନେକ ଦର୍ଶକଙ୍କୁ ଆକୃଷ୍ଟ କରିଛି। ଚଳଚ୍ଚିତ୍ରଟି ମୁକ୍ତିଲାଭ କଲେ ଦର୍ଶକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

ଖୋଦ୍ ସଲମାନ୍‌ ପ୍ରଯୋଜନା କରୁଥିବାରୁ ସେ ମଧ୍ୟ ଖୁବଶୀଘ୍ର ‘ଅନ୍ତିମ’ ଚଳଚ୍ଚିତ୍ରର ଝଲକ୍ କିଛି ଆକର୍ଷକ ଟ୍ରେଲର୍ ଓ ଟିଜର୍ ଜରିଆରେ ଦର୍ଶକଙ୍କୁ ଭେଟି ଦେବାକୁ ପୂରାଦମ୍‌ରେ ଲାଗି ପଡ଼ିଛନ୍ତି। ଚଳଚ୍ଚିତ୍ର ‘ଅନ୍ତିମ’ରେ ସଲମାନ୍‌ଙ୍କ ସହ ଆୟୁଷ ଶର୍ମାଙ୍କ ଉପସ୍ଥିତି ଦର୍ଶକଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବ ବୋଲି ଆଲୋଚନା ହେଉଛି। ଏଇ ଚଳଚ୍ଚିତ୍ରଟି ଏକ ସଫଳ ମରାଠୀ ମୁଭିର ରିମେକ୍। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ତଥା ଅଭିନେତା ମହେଶ ମଞ୍ଜରେକର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe