ସଲମାନ୍‌ଙ୍କ ପତ୍ନୀ ବନି ପାରନ୍ତି କଟ୍ରିନା !

Advertisment
ସଲମାନ୍‌ଙ୍କ ପତ୍ନୀ ବନି ପାରନ୍ତି କଟ୍ରିନା !

ନୂଆଦିଲ୍ଲୀ: ସଲମାନ୍‌ ଖାନ୍‌ଙ୍କ ଆଗାମୀ ସିନେମା ‘ଭାରତ’ରେ ଥିବା ଷ୍ଟାରକାଷ୍ଟଙ୍କୁ ନେଇ ଚର୍ଚ୍ଚା ଚୋର ଧରିଛି। ସିନେମା ‘ଭାରତ’ ରେ ସଲମାନ୍‌ ଖାନ୍‌ଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନଜର ଆସିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ନିକଟରେ ପ୍ରିୟଙ୍କା ଏହି ସିନେମା ଛାଡ଼ି ଦେଇଥିବା ଖବର ମିଳିଛି। ଶେଷ ମୁହୂର୍ତ୍ତରେ ପ୍ରିୟଙ୍କା ସିନେମା ଛାଡ଼ି ଦେବା ହେତୁ ସଲମାନଙ୍କ ଚିନ୍ତା ବଢ଼ିପାରେ ଓ ତାଙ୍କ ସମ୍ପର୍କରେ ବାଧା ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି। ଏତଦ୍‌ ବ୍ୟତୀତ ବି-ଟାଉନ୍‌ରେ ଏହା ବି ଚର୍ଚ୍ଚା ହେଉଛି କି ପ୍ରିୟଙ୍କାଙ୍କ ସ୍ଥାନରେ କଟ୍ରିନା କୈଫ୍‌ଙ୍କୁ ଲିଡ୍‌ ରୋଲ ମିଳିପାରେ। ଅର୍ଥାତ୍‌ କଟ୍ରିନାଙ୍କୁ ପରଦାରେ ସଲମାନଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

publive-image

ଅନ୍ୟପକ୍ଷରେ ଭାରତ ସିନେମାରେ ଜ୍ୟାକି ଶ୍ରଫ୍‌ଙ୍କ ସହିତ ଜଡ଼ିତ ଥିବା କେତେଟି କଥା ଚର୍ଚ୍ଚାରେ ରହିଛି। ୮ବର୍ଷ ପୂର୍ବରୁ ସଲମାନ୍‌ ଓ ଜ୍ୟାକି ଶ୍ରଫ ୨୦୧୦ରେ ଆସିଥିବା ସିନେମା ‘ବୀର’ରେ ଏକାଠି କାମ କରିଥିଲେ। ତେବେ ପ୍ରକାଶିକ ରିପୋର୍ଟ ଅନୁଯାୟୀ, ସିନେମା ‘ଭାରତ’ରେ ସଲମାନଙ୍କ ପିତା ଭୂମିକାରେ ଜ୍ୟାକି ଶ୍ରଫ୍‌ ନଜର ଆସିବେ। ତେବେ ସିନେମାରେ ଜ୍ୟାକି ଶ୍ରଫ୍‌ଙ୍କ ଭୂମିମା ସ୍ୱଳ୍ପ ରହିଥିଲେ ହେଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି।  ଯାହା ସଲମାନଙ୍କ ଭୂମିକାକୁ ଏକ ଭିନ୍ନ ନଜରରେ ପରଦାରେ ଉପସ୍ଥାପନା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe