ବଲିଉଡ ସିନେମା ଇଣ୍ଡଷ୍ଟ୍ରିକୁ ପୁଣି ଏକ ବଡ ଝଟକା; ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କ ପରଲୋକ

Advertisment
ବଲିଉଡ ସିନେମା ଇଣ୍ଡଷ୍ଟ୍ରିକୁ ପୁଣି ଏକ ବଡ ଝଟକା; ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ ସିନେମା ଇଣ୍ଡଷ୍ଟ୍ରିର ଜଣାଶୁଣା ସିନେ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କ ଶନିବାର ରାତିରେ ଜୟପୁରରେ ପରଲୋକ ହୋଇଛି । ବଲିଉଡ ଅଭିନେତା ମନୋଜ ବାଜପେୟୀ ନିଜର ଟୁଇଟରରେ ଏହାର ସୂଚନା ଦେଇଛନ୍ତି। ରଜତଙ୍କ ମୃତ୍ୟୁ ଖବର ଶୁଣି ଅଭିନେତା ମନୋଜ ବାଜପେୟୀ ଗଭୀର ଶୋକ ପ୍ରକାଶ କରି ଟୁଇଟର ମାଧ୍ୟମରେ ନିର୍ଦ୍ଦେଶକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ମନୋଜ ବାଜପେୟୀ ଟୁଇଟ କରି ଲେଖିଛନ୍ତି,‘ ମୋର ବନ୍ଧୁ ତଥା ‘ରୋଡ୍‌’ ସିନେମାର ନିର୍ଦ୍ଦେଶକ ରଜତ ମୁଖାର୍ଜୀ ଜୟପୁରରେ ନିଜ ଅସୁସ୍ଥତା ସହ ଦୀର୍ଘ ଦିନ ଧରି ସଂଘର୍ଷ କରିବା ପରେ ଆଜି ଦୁନିଆ ଛାଡ଼ି ଚାଲି ଯାଇଛନ୍ତି। ଆପଣଙ୍କ ଆତ୍ମକୁ ଶାନ୍ତି ମିଳୁ ରଜତ। ମୁଁ ବିଶ୍ୱାସ କରି ପାରୁ ନାହିଁ ଯେ ଆମର ଆଉ କେବେ ବି ଦେଖା ହେବ ନାହିଁ କି ଆମେ ଆଉ କାମ ବିଷୟରେ କଥା ହୋଇ ପାରିବା ନାହିଁ। ଯେଉଁଠାରେ ବି ରୁହ ଖୁସିରେ ରୁହ।’

बॉलीवुड को एक और झटका, फिल्म निर्देशक रजत मुखर्जी का निधन

ଗତ ଏପ୍ରିଲ ମାସରୁ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କ କିଡନୀ ସମ୍ବନ୍ଧୀୟ ସମସ୍ୟା ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଡନୀ ସହ ତାଙ୍କର ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିଲା। ନିର୍ଦ୍ଦେଶକଙ୍କ ମୃତ୍ୟୁ ଖବର ବଲିଉଡ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ରଜତ ମୁଖାର୍ଜୀ ମୁମ୍ବାଇରେ ରହୁଥିଲେ କିନ୍ତୁ ଲକଡାଉନ ହେବାପରେ ସେ ନିଜ ସହର ଜୟପୁରକୁ ଚାଲି ଯାଇଥିଲେ । ଜୟପୁରରେ ସେ ଶନିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ‘ପ୍ୟାର ତୁନେ କ୍ୟା କିୟା’, ‘ରୋଡ଼’, ‘ଲଭ ଇନ ନେପାଳ’ ଭଳି ଅନେକ ଫିଲ୍ମ ନିର୍ଦେଶନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe