୨୫ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ‘ଲଭ୍ ୟୁ ଲଭ୍‌ଲୀ’

Advertisment
୨୫ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ‘ଲଭ୍ ୟୁ ଲଭ୍‌ଲୀ’

ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଦିଲୁ ତା’ର ନୂଆ ପଡ଼ୋଶିନୀଙ୍କ ସହ ଭେଟ ହେଉଛି। ସେଇ ପଡ଼ୋଶିିନୀଙ୍କ ନାଁ ଲଭ୍‌ଲୀ। ଲଭ୍‌ଲୀ ଦେଖିବାକୁ ଅତି ସୁନ୍ଦର। ନିଜ ସୌନ୍ଦର୍ଯ୍ୟରେ ‌ଲଭ୍‌ଲୀ ଦିଲୁକୁ ବଶୀଭୂତ କରିବାକୁ ଚାହୁଛି। ଲଭ୍‌ଲୀକୁ ପାଇବା ପାଇଁ ଦିଲୁ ମଧ୍ୟ ଦିବାସ୍ବପ୍ନ ଦେଖୁଛି। ଏଥିପାଇଁ ସେ ଲଭ୍‌ଲୀ ସହ ଭାବ ବିନିମୟ କରୁଛି। ଧୀରେ ଧୀରେ ଦିଲୁ ଲଭ୍‌ଲୀର ନିକଟତର ହେଉଛି ଏବଂ ଉଭୟଙ୍କ ମଧ୍ୟରେ ‌ଯୌନସମ୍ପର୍କ ଗଢ଼ିଉଠୁଛି। ହେଲେ ଏ ଦୁହିଁଙ୍କ ସମ୍ପର୍କ ଆଉ ଆଗକୁ ବଢ଼ିପାରୁନାହିଁ। ନବମ ଶ୍ରେଣୀରେ ପଢ଼ୁଥିବା ଲଭ୍‌ଲୀ ଓରଫ ପିହୁ ହଠାତ୍ ଆଉ ଜଣକୁ ବିବାହ କରୁଛି। ଏଇ ଘଟଣା ପରେ ଦିଲୁର ହୃଦୟ ଫାଟିଯାଉଛି।

ସନ୍ଦୀପ ରାଉତ ପ୍ରଯୋଜିତ ଏଇ ‘ଲଭ୍‌ ୟୁ ଲଭ୍‌ଲୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ପଟେଲ। ଲଭ୍‌ଲୀ ଭୂମିକାରେ ମୁମ୍ବାଇ ଅବସ୍ଥାପିତ ଓଡ଼ିଆ ଅଭିନେତ୍ରୀ ସ୍ମିତିକା ଆଚାର୍ଯ୍ୟ, ଦିଲୁ ଭୂମିକାରେ ଲୋହିତାକ୍ଷ ପଟ୍ଟନାୟକ ଥିବାବେଳେ ଆର୍ଯ୍ୟ ପ୍ରହରାଜ, ଅନୀଶ ମିଶ୍ର, ସ୍ବରାଜ ପତି, ଲୋପାମୁଦ୍ରା ସେନାପତି, ସ୍ନିଗଧା ମହାନ୍ତି, ଗୋ‌ପାଳ ଶର୍ମା ପ୍ରମୁଖ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଏହା ଆଗାମୀ ୨୫ ତାରିଖରେ ମୁକ୍ତିଲାଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe