ପରଦା : ନିତୁ ନନ୍ଦାଙ୍କ ମୃତ୍ୟୁ ପରେ ବିଗ୍‌ ବି’ଙ୍କ ଭାବବିହ୍ୱଳ ପୋଷ୍ଟ

ପରଦା : ନିତୁ ନନ୍ଦାଙ୍କ ମୃତ୍ୟୁ ପରେ ବିଗ୍‌ ବି’ଙ୍କ ଭାବବିହ୍ୱଳ ପୋଷ୍ଟ

Free Press Journal

ଭୁବନେଶ୍ବର : ରାଜ କପୁରଙ୍କ ବଡ଼ ଝିଅ ତଥା ନିଜ ସମୁଦୁଣୀ ରିତୁ ନନ୍ଦାଙ୍କ ମୃତ୍ୟୁରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ମଙ୍ଗଳବାର ରାତି ୧ଟା ୧୫ ମିନିଟ୍‌ ସମୟରେ ରିତୁଙ୍କ ମୃତ୍ୟୁ ହେବା ପରେ ସେ ନିଜ ଅଫିସିଆଲ୍‌ ବ୍ଲଗ୍‌ରେ ଭାବବିହ୍ବଳ ହୋଇ ଲମ୍ବା ପୋଷ୍ଟ କରିଛନ୍ତି। ସେଇ ପୋଷ୍ଟରେ ଲେଖିଛନ୍ତି ଯେ ଯେମିତି ଏକ ନିରବ ଆଘାତ ମତେ ବ୍ୟତିବ୍ୟସ୍ତ କରିଦେଲା। ପାଦ ଖସିଗଲା ଭଳି ଲାଗିଲା ଏବଂ ମୁଁ ବ୍ୟଗ୍ର ହୋଇପଡ଼ିଲି। ନିମିଷେକରେ କ‌ରେଣ୍ଟ୍‌ ଚାଲିଗଲା। ଆଉ ସେ ଚାଲିଗଲେ...

ଋତୁ ନନ୍ଦା ଅଭିନେତା ଋଷି କପୁର, ରାଜୀବ ଓ ରିମା କପୁରଙ୍କ ଭଉଣୀ ଏବଂ ସେ ଉଦ୍ୟୋଗୀ ରାଜନ ନନ୍ଦାଙ୍କୁ ବିବାହ କରିଥିଲେ। ତାଙ୍କ ପୁଅ ନିଖିଲ ଅମିତାଭ ବଚ୍ଚନଙ୍କ ଝିଅ ଶ୍ବେତା ବଚ୍ଚନଙ୍କୁ ୧୯୯୭ ମସିହାରେ ବିବାହ କରିଥିଲେ।

publive-image deccanchronicle.com

ନୀନା ଗୁପ୍ତାଙ୍କ ପଶ୍ଚାତାପ
ନୀନା ଗୁପ୍ତା ଓ ଭିଭିଆନ୍‌ ରିଚାର୍ଡ‌୍ସଙ୍କ ମଧ୍ୟରେ ସମ୍ପର୍କକୁ ନେଇ ପୁଣି ପଶ୍ଚାତାପ କରିଛନ୍ତି ଅଭିନେତ୍ରୀ ନୀନା ଗୁପ୍ତା। ମୁମ୍ବାଇ ମିରରର ଏକ ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ଅତୀତର କେଉଁ ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାକୁ ଚାହିଁବେ? ସେ କହିଥିଲେ, ବୈବାହିକ ଜୀବନ ବାହାରେ ପିଲାଟିଏ ନ ହୋଇଥିଲେ ଭଲ ହୋଇଥାଆନ୍ତା। ସୂଚନାଯୋଗ୍ୟ ଯେ ନୀନା ଗୁପ୍ତା ଓ ୱେଷ୍ଟଇଣ୍ଡିଜ କ୍ରିକେଟର ଭିଭିଆନ ରିଚାର୍ଡ‌୍ସଙ୍କ ସମ୍ପର୍କରୁ ମସାବା ଗୁପ୍ତା ଜନ୍ମ ନେଇଥିଲେ।

publive-image YouTube

ସଲମାନ ସାଇକେଲ୍‌ରେ, ସୁରକ୍ଷାକର୍ମୀ କାର୍‌ରେ
ଦବଙ୍ଗ ଖାନ୍‌ ସଲ୍‌ମାନ ଖାନ୍‌ ନିଜର ଫିଲ୍ମ ‘ରାଧେ: ଦି ମୋଷ୍ଟ ୱାଣ୍ଟେଡ୍‌ ଭାଇ’ର ସୁଟିଂ ସେଟ୍‌କୁ ଏକ ସାଇକେଲ୍‌ରେ ଯାଇ ପହଞ୍ଚିଛନ୍ତି। ସଲମାନ୍‌ ବାନ୍ଦ୍ରାରେ ରହୁଥିବା ବେଳେ ମହାଲକ୍ଷ୍ମୀସ୍ଥିତ ସୁଟିଂ ସେଟ୍‌କୁ ସାଇକେଲ୍‌ରେ ଯାଇ ପହଞ୍ଚିଥିଲେ। କୌତୁହଳର କଥା ହେଉଛି ତାଙ୍କ ସୁରକ୍ଷାକର୍ମୀମାନେ ତାଙ୍କ ପଛରେ କାର୍‌ରେ ଯାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe