ପରକୀୟା ପ୍ରେମରେ ଲିପ୍ତ ଥିବାବେଳେ ଧରି ପକାଇବାରୁ ପତ୍ନୀଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଚଳଚ୍ଚିତ୍ର ନିର୍ମାତା

Advertisment
ପରକୀୟା ପ୍ରେମରେ ଲିପ୍ତ ଥିବାବେଳେ ଧରି ପକାଇବାରୁ ପତ୍ନୀଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଚଳଚ୍ଚିତ୍ର ନିର୍ମାତା

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରଙ୍କୁ ତାଙ୍କ ପତ୍ନୀଙ୍କ ଉପରେ ଗାଡ଼ି ଦେବା ଅଭିଯୋଗରେ ମୁମ୍ବାଇ ପୁଲିସ ଶୁକ୍ରବାର ସକାଳେ ଗିରଫ କରଛି। ଚଳଚ୍ଚିତ୍ର ନିର୍ମାତା କମଲ କିଶୋରଙ୍କୁ ତାଙ୍କ ପତ୍ନୀ ଯେତେବେଳେ ଗାଡି ଭିତରେ ଅନ୍ୟ ଜଣେ ମହିଳାଙ୍କ ସହ ପରକୀୟାରେ ଲିପ୍ତ ଥିବା ଅବସ୍ଥାରେ ଦେଖିଥିଲେ ସେତେବେଳେ ସେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି।

ରିପୋର୍ଟରୁ ପ୍ରକାଶ, ଅନ୍ଧେରୀ (ପଶ୍ଚିମ)ରେ ଥିବା ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ଆପାର୍ଟମେଣ୍ଟର ପାର୍କିଂ ସ୍ଥାନରେ ଏହି ଘଟଣା ଘଟିଥିଲା। ଯେତେବେଳେ ମିଶ୍ରଙ୍କ ପତ୍ନୀ ତାଙ୍କୁ କାରରେ ଅନ୍ୟ ଜଣେ ମହିଳାଙ୍କ ସହ ଅଂସଯତ ଅବସ୍ଥାରେ ପାଇବା ପରେ ସେ ତାଙ୍କ ଗାଡ଼ିକୁ ତାଙ୍କ ପତ୍ନୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ ଚେଷ୍ଟା କରିଥିଲେ।
ଅଭିଯୋଗ ଅନୁଯାୟୀ, ମିଶ୍ରଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ପ୍ରତ୍ୟୁଷରୁ ପାଖରେ ନପାଇବା ପରେ ଖୋଜିବାକୁ ଆପାର୍ଟମେଣ୍ଟ ତଳକୁ ଆସି ପାର୍କିଂ ଅଞ୍ଚଳରେ ଘୋଜୁଥିବା ବେଳେ ତାଙ୍କୁ କାର ଭିତରେ ଅନ୍ୟ ଜଣେ ମହିଳାଙ୍କ ସହ ପାଇଥିଲେ।

publive-image

ଯେତେବେଳେ ଚଳଚ୍ଚିତ୍ର ନିର୍ମାତାଙ୍କ ପତ୍ନୀ ତାଙ୍କୁ ସାମ୍ନା କରିବାକୁ ଯାଇଥିଲେ, ସେତେବେଳେ ସେ ଘଟଣାସ୍ଥଳରୁ ଖସିଯିବା ପାଇଁ ଉଦ୍ୟମ କରି ପତ୍ନୀଙ୍କ ଉପରେ କାର ଚଢ଼ାଇ ଦେଇଥିଲେ ଏବଂ ଏହି ପ୍ରକ୍ରିୟାରେ ତାଙ୍କ ପତ୍ନୀଙ୍କୁ ଧକ୍କା ଦେଇଥିଲେ। ଯାହା ଫଳରେ ତାଙ୍କ ଗୋଡ, ହାତ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା ବୋଲି ପୁଲିସ କହିଛି। ଗୁରୁବାର ଦିନ ଭୋର ସମୟରେ ଏହି ଘଟଣା ଘଟିଥିବା ବେଳେ ତାଙ୍କୁ ଏହି ମାମଲାରେ ଶୁକ୍ରବାର ଗିରଫ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି।

ତାଙ୍କ ପତ୍ନୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ଆମ୍ବୋଲି ପୁଲିସ ଷ୍ଟେସନରେ ଏକ ମାମଲା ପଞ୍ଜିକୃତ ହୋଇ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe