ସେନସର ବୋର୍ଡରୁ ଅନୁମତି ମିଳିଲା, ତାରିଖ ଶୀଘ୍ର ଘୋଷଣା ହେବ: କଙ୍ଗନା

Advertisment

କଙ୍ଗନା ରାନାୱତଙ୍କ ଫିଲ୍ମ ଏମରଜେନ୍ସି ରିଲିଜକୁ ଅନୁମତି ଦେଲେ ସେନସର ବୋର୍ଡ। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ଶିଖ ସମ୍ପ୍ରଦାୟର ଆପତ୍ତି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

କଙ୍ଗନା ରାନାୱତଙ୍କ ଫିଲ୍ମ ଏମରଜେନ୍ସି ରିଲିଜକୁ ଅନୁମତି ଦେଲେ ସେନସର ବୋର୍ଡ। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ଶିଖ ସମ୍ପ୍ରଦାୟର ଆପତ୍ତି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

hindustantimes

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମରଜେନ୍ସି' ରିଲିଜକୁ ମିଳିଲା ଅନୁମତି। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ଶିଖ ସମ୍ପ୍ରଦାୟର ଆପତ୍ତି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ବର୍ତ୍ତମାନ କଙ୍ଗନା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ସେନସର ବୋର୍ଡ ଏହି ଫିଲ୍ମକୁ ରିଲିଜ୍ ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ଶୀଘ୍ର ଘୋଷଣା ହେବ ବୋଲି ଜଣାଯାଇଛି।

କଙ୍ଗନା ଏକ୍ସରେ ପୋଷ୍ଟ କରି ଏହି ଖୁସି ଖବର ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ ଲେଖିଛନ୍ତି, ଫିଲ୍ମ 'ଏମରଜେନ୍ସି'କୁ ସେନ୍ସର ବୋର୍ଡରୁ ସାର୍ଟିଫିକେଟ୍ ମିଳିଯାଇଛି। ଆମେ ଏଥିପାଇଁ ବହୁତ ଖୁସି। ଆମେ ଶୀଘ୍ର ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିବୁ। ଆପଣଙ୍କ ଧୈର୍ଯ୍ୟ ଏବଂ ସମର୍ଥନ ପାଇଁ ଧନ୍ୟବାଦ।

ଉଲ୍ଲେଖଯୋଗ୍ୟ, କଙ୍ଗନାଙ୍କ ଫିଲ୍ମରେ ଶିଖ୍ ସମ୍ପ୍ରଦାୟକୁ ଭୁଲ ଭାବେ ଉପସ୍ଥାପନ କରାଯିବା ସହ ଐତିହାସିକ ତଥ୍ୟକୁ ଭୁଲ ଭାବେ ଦର୍ଶାଯାଇଥିବା ନେଇ ଦାବି କରାଯାଇଥିଲା। ଶିଖ ସଂଗଠନଗୁଡ଼ିକ ଏହାର ରିଲିଜକୁ ବିରୋଧ କରି ଫିଲ୍ମକୁ ବ୍ୟାନ କରିବାକୁ ଦାବି କରିଥିଲେ। ଏହା ସହ ଚଣ୍ଡିଗଡ଼ର ଜିଲ୍ଲା ବାର ଆସୋସିଏସନର ପୂର୍ବତନ ସଭାପତି ତଥା ଓକିଲ ରବିନ୍ଦର ସିଂ ବସି ଦାବି କରିଥିଲେ ଯେ, ଫିଲ୍ମ 'ଏମରଜେନ୍ସି'ରେ କଙ୍ଗନା ‘ଶିଖଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି’। ସେ ଆହୁରି ମଧ୍ୟ ଦାବି କରିଥିଲେ ଯେ ଏହି ଫିଲ୍ମରେ ସମ୍ପ୍ରଦାୟ ବିରୋଧରେ ଅନେକ ମିଥ୍ୟା ଅଭିଯୋଗ’ ରହିଛି। ଏଭଳି ଲେଖି ସେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe