ରାଜବୀର: ‘ଅରୁନ୍ଧତୀ’ରୁ ‘ସଲାମ୍ ଭୁବନେଶ୍ୱର’

ରାଜବୀର: ‘ଅରୁନ୍ଧତୀ’ରୁ ‘ସଲାମ୍ ଭୁବନେଶ୍ୱର’

ଓଲିଉଡ୍‌ର ଆକ୍ସନ୍ ଷ୍ଟାର୍ ରାଜବୀର୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅରୁନ୍ଧତୀ’ ଆଗାମୀ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି। ଶୁଣାଯାଉଛି, ରାଜବୀର୍‌ଙ୍କ ଭୂମିକା ହିରୋ ହେଲେ ରୋମାଣ୍ଟିକ୍ ନୁହେଁ, ପୂରାପୂରି ଆକ୍ସନ୍ ପ୍ୟାକ୍। ଏଥିରେ ରାଜବୀର୍ ଓରଫ୍ ଶିବା ନିଜ ଜୀବନକୁ ବାଜି ଲଗେଇ ଅରୁନ୍ଧତୀ ଭଳି ଜଣେ ଅସହାୟ ଝିଅକୁ କିଭିଳି ନିଜ ଗୋଡ଼ରେ ଛିଡ଼ା କରିଛନ୍ତି, ତାହା ଦର୍ଶକଙ୍କୁ ଚକିତ କରିବ।

ଆଗକୁ ଆସୁଛି ରାଜବୀର୍‌ଙ୍କ ଅଭିନୀତ ‘କାଳିଆ- ଦ ଫାଇଟର୍ ମ୍ୟାନ୍’। ସବୁଠୁ ବଡ଼କଥା ହେଉଛି, ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକଙ୍କ ମିଳିତ ପ୍ରଯୋଜନାରେ ମୁନ୍ ଟିଭି ମୁଭିଜ୍ ବ୍ୟାନର୍‌ରେ ନିର୍ମାଣ ହେବାକୁ ଯାଉଥିବା ୧୦ଟି ସିନେମା ମଧ୍ୟରୁ ‘ସଲାମ୍ ଭୁବନେଶ୍ବର’ ସିନେମାର ନାୟକ ସାଜୁଛନ୍ତି ରାଜବୀର୍। ଏଥିରେ ମଧ୍ୟ ରାଜବୀର୍‌ଙ୍କୁ ମିଳିଥିବା ଚରିତ୍ର ବିଚିତ୍ର। ସେ ସମାଜରେ ଭଲ ମଣିଷ ହୋଇ ବଞ୍ଚି ରହିବାକୁ ଚାହୁଛନ୍ତି, ହେଲେ ଭୁବନେଶ୍ବରର ପରିବେଶ ତାଙ୍କୁ ଗୁଣ୍ଡାଗିରି କରିବାକୁ ବାଧ୍ୟ କରୁଛି। ସମୟାନ୍ତରରେ ଗୁଣ୍ଡାଗିରି କରୁଥିବା ଏଇ ଯୁବକ ଜଣକ ଜଣେ ଭଲ ଝିଅର ପ୍ରେମରେ ପଡ଼ୁଛନ୍ତି। ସେ ଗାଁକୁ ଚାଲି ଯାଉଛନ୍ତି। ଭୁବନେଶ୍ବରରେ ତାଙ୍କୁ ଗୁଣ୍ଡାଗିରି ପାଇଁ ପ୍ରବର୍ତ୍ତାଉଥିବା ପୁଲିସ ଅଫିସରଙ୍କ ବଦଳି ହେଇଯାଉଛି ସେଇ ଗ୍ରାମାଞ୍ଚଳକୁ। ସେଠାରେ ପୁଲିସ ବାବୁ ଉକ୍ତ ଯୁବକଜଣଙ୍କୁ ଦେଖି ତାକୁ ପୁଣି ଗୁଣ୍ଡାଗିରି କରିବାକୁ ଉସୁକାଉଛନ୍ତି। ତେବେ ଯୁବକଜଣକ କି ନିଷ୍ପତ୍ତି ନେଉଛନ୍ତି ନୂଆ ଚଳଚ୍ଚିତ୍ର ‘ସଲାମ୍ ଭୁବନେଶ୍ବର’ରେ ତାହା ଦେଖିବାକୁ ମିଳିବ।

ଏହାର ନିର୍ଦ୍ଦେଶନା ଦେବେ ସୁଧାକର ବସନ୍ତ ଓ ସଙ୍ଗୀତ ନିର୍ଦ୍ଦେଶନା ଦେବେ ଅଭିଜିତ ମଜୁମଦାର। ଏଥିରେ ରାଜବୀର୍‌ଙ୍କ ବ୍ୟତୀତ ପୁନମ୍, ରିୟାନା ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe