କୋଭିଡ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଅମିରଙ୍କ ନାଁରେ ଏତଲା

Advertisment
କୋଭିଡ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଅମିରଙ୍କ ନାଁରେ ଏତଲା

Liputan6.com

ବଲିଉଡ୍‌ ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌ ଅମିର ଖାନ୍ ନିଜ ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଡ୍ଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ସେ ଉତ୍ତର ପ୍ରଦେଶର ଗାଜିଆବାଦରେ ଚଳଚ୍ଚିତ୍ରର କିଛି ଅଂଶ ସୁଟିଂ କରିଥିଲେ। କିନ୍ତୁ ଏଠାରେ ସୁଟିଂ ସମୟରେ ସେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଲୋନିରୁ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ଅମିରଙ୍କ ଉପରେ କୋଭିଡ୍ ପ୍ରୋଟକଲ୍ ଭାଙ୍ଗିବା ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଛନ୍ତି।

ପ୍ରକାଶ ଥାଉ କି, ଅମିର ଗାଜିଆବାଦରେ ଥିବା ନେଇ ତାଙ୍କ ପ୍ରଶଂସକମାନେ ଜାଣିବା ପରେ ଭାରି ଉତ୍ସାହିତ ହୋଇ ପଡ଼ିଥିଲେ। ସେମାନେ ତାଙ୍କୁ ଦେଖା କରିବା ପାଇଁ ସୁଟିଂ ସ୍ଥାନ‌ରେ ପହଞ୍ଚିଥିଲେ। ଅମିର ମଧ୍ୟ ସମସ୍ତଙ୍କୁ ଭେଟିଥିଲେ ଓ ସେମାନଙ୍କ ସହ ଫଟୋ ଉଠାଇଥିଲେ। କିନ୍ତୁ ଏହି ସମୟରେ ଅମିରଙ୍କ ସମେତ କୌଣସି ପ୍ରଶଂସକଙ୍କ ମୁହଁରେ ମାସ୍କ ନଥିଲା। ଏହାକୁ ନେଇ ବିଜେପି ବିଧାୟକ ଥାନାରେ ଅମିରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶଥାଉ କି, ଲାଲ୍ ସିଂହ ଚଡ୍ଡା ଆଗାମୀ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe