ଟଙ୍କା ହଡ଼ପ ଅଭିଯୋଗରେ ଅଭିନେତ୍ରୀ ସପ୍‌ନା ଚୌଧୁରୀଙ୍କ ନାମରେ ମାମଲା ରୁଜୁ

Advertisment
ଟଙ୍କା ହଡ଼ପ ଅଭିଯୋଗରେ ଅଭିନେତ୍ରୀ ସପ୍‌ନା ଚୌଧୁରୀଙ୍କ ନାମରେ ମାମଲା ରୁଜୁ

Zee News

ମୁମ୍ବାଇ: ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ଭାରତୀୟ ଗାୟିକା, ନାୟିକା ତଥା ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀ। ତାଙ୍କ ବିରୋଧରେ ଏକ ସିନେମା କମ୍ପାନି ଟଙ୍କା ହଡ଼ପ ଅଭିଯୋଗ ଆଣି ମାମଲା ରୁଜୁ କରିଛି। କମ୍ପାନି ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଦିଲ୍ଳୀ ପୁଲିସ୍‌ର ଆର୍ଥିକ ଅପରାଧ ଶାଖା ଏହାର ତଦନ୍ତ ଆରମ୍ଭ କରିଛି। ସେ କମ୍ପାନିର ଚୁକ୍ତି ଉଲ୍ଲଂଘନ କରି ୩.୫ ‌କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

ପି ଆଣ୍ଡ୍‌ ଏମ୍‌ ମୁଭିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ପୱନ ଚାୱଲା ସପ୍‌ନାଙ୍କ ନାମରେ ଏହି ଅଭିଯୋଗ ଆଣି ଏଫ୍‌ଆଇଆର୍‌ରେ ଲେଖିଛନ୍ତି କି ସପ୍‌ନା ୨୦୧୮ ମସିହାରୁ ତାଙ୍କ କମ୍ପାନି ସହ ଅଛନ୍ତି। କମ୍ପାନି ଓ ସପ୍‌ନା ଉଭୟ ପକ୍ଷରୁ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା ଆରମ୍ଭରୁ। ମାତ୍ର ସପ୍‌ନା ସେହି ଚୁକ୍ତି ଭଙ୍ଗ କରିଛନ୍ତି।

ପୱନ ଚାୱଲା ଲେଖାଇଥିବା ଏଫ୍‌ଆଇଆର୍‌ରେ ସପ୍‌ନାଙ୍କ ବ୍ୟତୀତ ତାଙ୍କ ମାଆ ନୀଲମ, ତାଙ୍କ ଭାଇଭଉଣୀ ଶିବାନୀ ଓ କରଣ, ଭାଉଜ୍‌ ରଚନା ଓ ଚାୱଲାଙ୍କ କମ୍ପାନିରେ କାମ କରୁଥିବା ନୀତିନ କୁମାରଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସପ୍‌ନା ଏକ ମଞ୍ଚ କାର୍ଯ୍ୟକ୍ରମ ପାଇଁ କମ୍ପାନିଠାରୁ ଟଙ୍କା ନେଇଥିଲେ। ମାତ୍ର ସେ ମଞ୍ଚରେ ନଜର ଆସିଲେ ନାହିଁ କି ପରବର୍ତ୍ତୀ ମୁହୂର୍ତ୍ତରେ କମ୍ପାନିକୁ ଟଙ୍କା ବି ଫେରାଇଲେ ନାହିଁ। ଏହା ଛଡ଼ା ସେ ସ୍ବାସ୍ଥ୍ୟଗତ ସମସ୍ୟା ଓ ଗୃହ ଋଣ ନାଁ ନେଇ ଚାୱଲାଙ୍କଠାରୁ ଟଙ୍କା ନେଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଟଙ୍କା ମାଗିବାରୁ ସେ ଧମକ ଦେଇ ଫାଙ୍କି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe