Advertisment

ଫସିଗଲେ ସଞ୍ଜୟ ଲୀଲା ଭଂଶାଳି; ରୁଜୁ ହେଲା ଠକେଇ ମାମଲା

Advertisment

ସଂଜୟ ଲୀଲା ଭଂଶାଲି, ଉତ୍କର୍ଷ ବାଲି ଏବଂ ଅରବିନ୍ଦ ଗିଲଙ୍କ ବିରୋଧ ଠକେଇ, ବିଶ୍ୱାସଘାତକତା, ଅପରାଧିକ ଷଡ଼ଯନ୍ତ୍ର ଏବଂ ଧମକ ଭଳି ଗମ୍ଭୀର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। 

ସଂଜୟ ଲୀଲା ଭଂଶାଲି, ଉତ୍କର୍ଷ ବାଲି ଏବଂ ଅରବିନ୍ଦ ଗିଲଙ୍କ ବିରୋଧ ଠକେଇ, ବିଶ୍ୱାସଘାତକତା, ଅପରାଧିକ ଷଡ଼ଯନ୍ତ୍ର ଏବଂ ଧମକ ଭଳି ଗମ୍ଭୀର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। 

0019be44-bee5-460c-b0bc-dddd1c909733

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ସିନେମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲି ବର୍ତ୍ତମାନ ସମସ୍ୟା ଘେରରେ ଛନ୍ଦି ହୋଇଯାଇଛନ୍ତି। ତାଙ୍କର ଆଗାମୀ ଫିଲ୍ମ 'ଲଭ୍ ଆଣ୍ଡ୍ ୱାର୍' ସୁଟିଂ ଆରମ୍ଭ ହେବା ପୂର୍ବରୁ ବିବାଦରେ ଫସିଯାଇଛି। ରାଜସ୍ଥାନର ବିକାନେରରେ ସଞ୍ଜୟ ଲୀଲା ଭଂଶାଲି ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅଭିଯୋଗକାରୀ ପ୍ରତୀକ ରାଜ ମାଥୁର ଦାବି କରିଛନ୍ତି ଯେ ତାଙ୍କୁ ଫିଲ୍ମ ପାଇଁ ଲାଇନ୍ ପ୍ରଯୋଜକ ଭାବରେ ନିଯୁକ୍ତି ଦିଆଯାଇଥିଲା, କିନ୍ତୁ ପରେ ତାଙ୍କୁ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଥିଲା। କରିଥିବା କାମ  ପାଇଁ ତାଙ୍କୁ କୌଣସି ପ୍ରକାର ପାରିଶ୍ରମିକ ମଧ୍ୟ  ଦିଆଯାଇ ନଥିଲା। ସେ 'ଲଭ୍ ଆଣ୍ଡ୍ ୱାର୍' ଫିଲ୍ମର ସୁଟିଂ ପାଇଁ ପ୍ରଶାସନିକ ଅନୁମୋଦନ, ସୁରକ୍ଷା ବ୍ୟବସ୍ଥା, ହୋଟେଲ ବୁକିଂ ଏବଂ ଅନ୍ୟାନ୍ୟ ସ୍ଥାନୀୟ ବ୍ୟବସ୍ଥା ପରିଚାଳନା କରିଥିଲେ। କିନ୍ତୁ ଯେତେବେଳେ ସେ ଅଗଷ୍ଟ ୧୭, ୨୦୨୫ରେ ବିକାନେରର ହୋଟେଲ୍ ନରେନ୍ଦ୍ର ଭବନରେ ପହଞ୍ଚିଲେ, ସେତେବେଳେ ସଞ୍ଜୟ ଲୀଲା ଭଂଶାଲିଙ୍କ ଦଳର ଦୁଇଜଣ ସଦସ୍ୟ ଉତ୍କର୍ଷ ବାଲି ଏବଂ ଅରବିନ୍ଦ ଗିଲ୍ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ।

କେବଳ ଏତିକି ନୁହେଁ ଭବିଷ୍ୟତରେ ତାଙ୍କ କମ୍ପାନିକୁ କୌଣସି ସୁଟିଂରେ ସାମିଲ କରାଯିବ ନାହିଁ ବୋଲି ବି ଧମକ ଦିଆଯାଇଥିଲା। 
ପ୍ରତୀକ ରାଜ ମାଥୁର ପ୍ରଥମେ ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୁଲିସ ତାଙ୍କ କଥା ନ ଶୁଣିବାରୁ ସେ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ପରେ, ବିକାନେରର ବିଚୱାଲ ଥାନାରେ ସଞ୍ଜୟ ଲୀଲା ଭଂଶାଲିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ସଂଜୟ ଲୀଲା ଭଂଶାଲି, ଉତ୍କର୍ଷ ବାଲି ଏବଂ ଅରବିନ୍ଦ ଗିଲଙ୍କ ବିରୋଧ ଠକେଇ, ବିଶ୍ୱାସଘାତକତା, ଅପରାଧିକ ଷଡ଼ଯନ୍ତ୍ର ଏବଂ ଧମକ ଭଳି ଗମ୍ଭୀର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe