ଅକ୍ଷୟ କୁମାର ଅଭିନୀତ 'ବଚ୍ଚନ ପାଣ୍ଡେ'ର ସୁଟିଂସେଟରେ ଲାଗିଲା ନିଆଁ

Advertisment
ଅକ୍ଷୟ କୁମାର ଅଭିନୀତ 'ବଚ୍ଚନ ପାଣ୍ଡେ'ର ସୁଟିଂସେଟରେ ଲାଗିଲା ନିଆଁ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକାଲି ତାଙ୍କର ନୂଆ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ସେ କ୍ରିତି ସାନନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ | ତେବେ ଖବର ଆସିଛି ଯେ 'ବଚ୍ଚନ ପାଣ୍ଡେ'ର ସୁଟିଂ ସେଟରେ ନିଆଁ ଲାଗିଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାନ୍ତି । ସୂଚନା ମୁତାବକ 'ବଚ୍ଚନ ପାଣ୍ଡେ' ରିଲିଜ୍ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଫିଲ୍ମର କିଛି କାମ ବାକି ଥିଲା, ଯେଉଁଥିପାଇଁ ଅକ୍ଷୟ କୁମାର ଏବଂ କ୍ରିତି ସାନନ୍ ସୁଟିଂ କରୁଥିଲେ। ରିପୋର୍ଟ ଅନୁଯାୟୀ, ପ୍ୟାଚ୍ କାମର ସୁଟିଂ ସମୟରେ ସେଟରେ ନିଆଁ ଲାଗିଯାଇଥିଲା।

ସୂଚନା ଥାଉ କି ଫିଲ୍ମ 'ବଚ୍ଚନ ପାଣ୍ଡେ'ରେ ଅକ୍ଷୟ କୁମାର ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ବଚ୍ଚନ ପାଣ୍ଡେ ଭୂମିକାରେ ନଜର ଆସିବେ। ଏଥି ସହିତ କ୍ରିତି ସାନନ୍ ଜଣେ ସାମ୍ବାଦିକ ଭୂମିକାରେ ଦେଖିବାକୁ ମିଳିବେ । ଏହାପୂର୍ବରୁ ଅକ୍ଷୟ 'ହାଉସଫୁଲ୍ ୪' ଚଳଚ୍ଚିତ୍ରରେ କ୍ରିତି ସାନନଙ୍କ ସହ କାମ କରିଛନ୍ତି। ସୂଚନା ଥାଉ କି ଯେ ଅକ୍ଷୟ କୁମାରଙ୍କ ଫିଲ୍ମ 'ବଚ୍ଚନ ପାଣ୍ଡେ'ରେ କ୍ରିତିଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅର୍ଶଦ ୱାର୍ସି, ସଞ୍ଜୟ ମିଶ୍ର ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ଅଭିନୟ କରିଛନ୍ତି |

ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୪, ୨୦୨୨ ରେ ମୁକ୍ତିଲାଭ କରିବ। ନିକଟରେ ଅକ୍ଷୟ କୁମାର ତାଙ୍କର ନୂଆ ଚଳଚ୍ଚିତ୍ର 'ସେଲଫି' ବାବଦରେ ଘୋଷଣା କରିଛନ୍ତି ଯେଉଁଥିରେ ସେ ଇମ୍ରାନ ହାଶମିଙ୍କ ସହ ସ୍କ୍ରିନ୍ ସେୟାର କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe