ବଲିଉଡର ନାମୀ ପ୍ରଯୋଜକଙ୍କ ଘରୁ ଡ୍ରଗ୍ସ ଜବତ

Advertisment
ବଲିଉଡର ନାମୀ ପ୍ରଯୋଜକଙ୍କ ଘରୁ ଡ୍ରଗ୍ସ ଜବତ

News Track English

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କକୁ ନେଇ ଏନସିବି ଜୋରଦାର ଖୋଳତାଡ଼ ଆରମ୍ଭ କରି ଦେଇଛି। ଗତକାଲି (ଶନିବାର)ରାତିରୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବି ଚଢ଼ାଉ କରୁଛି। ଏହି କ୍ରମରେ ଏନସିବି ବଲିଉଡର ନାମୀ ପ୍ରଯୋଜକ ତଥା ଦର୍ଶକଙ୍କୁ ଅନେକ ହିଟ ଫିଲ୍ମ ଭେଟି ଦେଇଥିବା ଫିରୋଜ୍ ନାଦିଆଦଓ୍ୱାଲାଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପ୍ରଯୋଜକ ଫିରୋଜ ଘରେ ନଥିବା ବେଳେ ତାଙ୍କ ଘରୁ ଡ୍ରଗ୍ସ ମିଳିଥିବା ଖବର ମିଳିଛି। ଖୁବଶୀଘ୍ର ଏନସିବି ତାଙ୍କୁ ସମନ କରିବ ।

ସୂଚନାଯୋଗ୍ୟ, ନଭେମ୍ବର ୭ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏନସିବି ସନ୍ଦିଗ୍ଧ ଠିକଣାରେ ଚଢ଼ାଉ କରି ୫ ଜଣ ଡ୍ରଗ୍ସ ପେଡେଲରଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ସମୟରେ ଫିରୋଜଙ୍କ ନାମ ସାମ୍ନାକୁ ଆସିଥିଲା। ଫିରୋଜଙ୍କ ଘରୁ ୧୦ଗ୍ରାମ ଡ୍ରଗ୍ସ ସହିତ ଏନସିବି ୩ଟି ମୋବାଇଲ ଜବତ କରି ଛାନଭିନ ଆରମ୍ଭ କରିଛି।

ବଲିଉଡର ‘ହେରୋ ଫେରି’, ‘ଆଓ୍ୱାରା ପାଗଲ ଦିଓ୍ୱାନା’, ‘ଫୁଲ୍ ଆଣ୍ଡ୍ ଫାଇନାଲ’ ଓ ‘ଓ୍ୱେଲକମ୍’ ଆଦି ହିଟ ସିନେମାର ଫିରୋଜ ପ୍ରଯୋଜନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe