ଡ୍ରଗ୍‌ସ୍‌ କାରବାରରେ ୫ ବଲିଉଡ୍‌ ସେଲିବ୍ରିଟିଙ୍କ ପ୍ରଥମ ଅକ୍ଷର

Advertisment
ଡ୍ରଗ୍‌ସ୍‌ କାରବାରରେ ୫ ବଲିଉଡ୍‌ ସେଲିବ୍ରିଟିଙ୍କ ପ୍ରଥମ ଅକ୍ଷର

News & Star

ଡ୍ରଗ୍‌ସ୍‌ କାରବାରକୁ ନେଇ ବଲିଉଡ୍‌ର ୫ବଡ଼ ବଡ଼ ସେଲିବ୍ରିଟିଙ୍କ ପ୍ରଥମ ଅକ୍ଷର ଆଜି ସାମ୍‌ନାକୁ ଆସିଛି। ଏହି ୫ ସେଲିବ୍ରିଟିଙ୍କ ଡ୍ରଗ୍‌ସ୍‌ ଚାଟ୍‌କୁ ଏନ୍‌ସିବି ଏବେ ବି ଯାଞ୍ଚ କରୁଥିବା ବେଳେ ସେମାନଙ୍କ ପ୍ରଥମ ଅକ୍ଷର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେହି ୫ଜଣଙ୍କ ପ୍ରଥମ ଅକ୍ଷରଗୁଡ଼ିକ ହେଲା- କେ, ଡି, ଏସ୍‌, ଏନ୍‌ ଓ ଜେ। ‘କେ’ ହେଉଛନ୍ତି ବି-ଟାଉନ୍‌ ପରିବାରର ୯୦ ଦଶକର ଜଣେ ପ୍ରସିଦ୍ଧ ତାରକା। ‘ଡି’ ହେଉଛନ୍ତି ଜଣେ ଜଣାଶୁଣା ଅଭିନେତା, ଯିଏ କି କିଛି ଦିନ ତଳେ କରନ୍‌ ଜୋହରଙ୍କ ଭାଇରାଲ୍‌ ପାର୍ଟି ଭିଡିଓରେ ଦେଖିବାକୁ ମିଳିଥିଲେ। ‘ଏସ୍‌’ ବୋଧ୍‌ ହୁଏ ଶ୍ରଦ୍ଧା କପୁର, ‘ଏନ୍‌’ବଲିଉଡ୍‌ର ୯୦ ଦଶକର ନାମୀଦାମୀ ସେଲିବ୍ରିଟି ଓ ‘ଜେ’ ବୋଧେ ନିଜେ ଜୟା ଶାହ। ବଲିଉଡ୍‌ ସେଲିବ୍ରିଟି ତଥା ସାରା ଓ ଶ୍ରଦ୍ଧାଙ୍କ ନାମ ଏହି ଡ୍ରଗ୍‌ସ୍‌ କାରବାରରେ ବାରମ୍ବାର ଆସିଥିବାରୁ ଖୁବ୍‌ ଶୀଘ୍ର ଉଭୟଙ୍କୁ ସମନ୍‌ କରାଯିବ ବୋଲି ଏନ୍‌ସିବି ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe