କରନ୍‌ ଜୋହରଙ୍କ 'ଧଡ଼କ'ର ପୋଷ୍ଟର ରିଲଜ୍‌ : ଜାହ୍ନବୀ-ଇଶାନ୍‌ ଯୋଡ଼ିଙ୍କ ପ୍ରଥମ ଫିଲ୍ମ

Advertisment
କରନ୍‌ ଜୋହରଙ୍କ 'ଧଡ଼କ'ର ପୋଷ୍ଟର ରିଲଜ୍‌ : ଜାହ୍ନବୀ-ଇଶାନ୍‌ ଯୋଡ଼ିଙ୍କ ପ୍ରଥମ ଫିଲ୍ମ

The Indian Express

ମୁମ୍ବାଇ:ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମ 'କେଦାରନାଥ' ଆସିବା କଥା ସ୍ଥିର ହେବା ପରେ ଶ୍ରୀଦେବୀ ତନୟା ଜାହ୍ନବୀଙ୍କର ଡେବ୍ୟୁକୁ ନେଇ ଚାଲିଥିଲା ଚର୍ଚ୍ଚା। ତେବେ ଅପେକ୍ଷାର ଅନ୍ତ ହୋଇଛି । କରନ୍‌ ଜୋହର ଆସନ୍ତା ବର୍ଷ ରିଲିଜ ହେବାକୁ ଥିବା 'ଧଡ଼କ'ରେ ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟରଙ୍କୁ ଲଞ୍ଚ କରୁଛନ୍ତି। ଏହି ଦୁଇ ନବାଗତ କଳାକାର ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ହିଁ ରହିଛନ୍ତି ଚର୍ଚ୍ଚାରେ । ତାଙ୍କୁ ଜିମ, ଡ଼୍ୟାନ୍ସ କ୍ଲାସ ଆଦି ସ୍ଥାନରେ ଏକାଠି ଦେଖାଯାଇଥିବା ବେଳେ ଦୁଇ ଜଣଙ୍କର ଏକା ସାଙ୍ଗରେ ଚଳଚ୍ଚିତ୍ର ଆସିବାର ଖବର ରହିଥିଲା।

ବୁଧବାର କରନ୍‌ ଜୋହର ଘୋଷଣା କରିଛନ୍ତି ମରାଠୀ ଚଳଚ୍ଚିତ୍ର 'ସାଇରତ'ର ହିନ୍ଦୀ ସଂସ୍କରଣ ‘ଧଡ଼କ’ରେ ଦେଖାଦେବେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଏବଂ ସାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟର । ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ଦର୍ଶକଙ୍କର ଆଗ୍ରହ ବଢ଼ାଇବା ପାଇଁ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି, ‘ପାଞ୍ଚ ବର୍ଷ ପୂର୍ବେ ଆମ ଧର୍ମା ପରିବାରରେ ସିଦ୍ଧାର୍ଥ, ବରୁଣ ଏବଂ ଆଲିଆ ଯୋଡ଼ି ହୋଇଥିଲେ। ଆମେ ଜାଣିଛେ ବର୍ତ୍ତମାନ ସେମାନେ ବଲିଉଡରେ ନିଆଁ ଲଗାଉଛନ୍ତି। ଏବେ ଆମ ପରିବାର ସହ ଆଉ ଦୁଇଜଣ ନୁଆ କଳାକାର ଯୋଡ଼ି ହେବାକୁ ଯାଉଛନ୍ତି । ଆମେ ଆଜି ୫ଟାରେ ଏହା ବିଷୟରେ କହିବାକୁ ଯାଉଛୁ।’

‘ଧଡ଼କ’୬ ଜୁଲାଇ ୨୦୧୮ରେ ରିଲିଜ ହେବାକୁ ଥିବା ବେଳେ ଚଳଚ୍ଚିତ୍ରଟି ବର୍ତ୍ତମାନରୁ ରହିଛି ଚର୍ଚ୍ଚାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe