ଅକ୍ଷୟ କୁମାରଙ୍କ ନୂଆ ସିନେମା ‘କେସରୀ’ର ଫାର୍ଷ୍ଟ ଲୁକ୍‌ ଜାରି ହେଲା , ଜାଣନ୍ତୁ କେଉଁ ଭୂମିକାରେ ଅଛନ୍ତି ଅକ୍ଷୟ ?

ଅକ୍ଷୟ କୁମାରଙ୍କ ନୂଆ ସିନେମା ‘କେସରୀ’ର ଫାର୍ଷ୍ଟ ଲୁକ୍‌ ଜାରି ହେଲା , ଜାଣନ୍ତୁ କେଉଁ ଭୂମିକାରେ ଅଛନ୍ତି ଅକ୍ଷୟ ?

ମୁମ୍ବାଇ: ବଲିଉଡର ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ନୂଆ ସିନେମା ‘କେସରୀ’ର ଫାର୍ଷ୍ଟ ଲୁକ୍‌ ଗତକାଲି ଜାରି ହୋଇଛି। ଜଣାଶୁଣା ନିର୍ମାତା କରଣ ଜୋହର,ଅରୁଣ ଭାଟିଆ,ହୀରୁ ୟଶ ଜୋହର୍‌,ଅପୂର୍ବା ମେହେଟ୍ଟା ଓ ସୁନୀଲ କ୍ଷେତ୍ରପଲଏହାର ପ୍ରଯୋଜକ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂହ।
ଏହି ପୋଷ୍ଟରରେ ଅକ୍ଷୟ କୁମାରଙ୍କୁ ଜଣେ ଶିଖ ସୈନିକଭାବେ ଦେଖିବାକୁ ମିଳିଛି। ପୋଷ୍ଟରରେ ଅକ୍ଷୟଙ୍କ ସହିତ ଶିଖ୍‌ସେନା ମଧ୍ୟ ନଜର ଅଛନ୍ତି। ସେପ୍ଟେମ୍ବର ୧୨ରେ ଏହାକୁ ରିଲିଜ୍‌ କରିବାର ଯଥାର୍ଥତା ବି ରହିଛି। କାରଣ ଏହି ତାରିଖଟି ହେଲା ସାରାଗଢ଼ି ଦିବସ । ଏଣୁ ଏହି ସେହି ଦିନ ହିଁ ଉକ୍ତ ସ୍ମରଣୀୟ ଦିବସକୁ ମନେ ପକାଇ ‘କେସରୀ’ର ଫାର୍ଷ୍ଟଲୁକ୍‌ ଜାରି କରାଯାଇଛି ବୋଲି ସୁପରଷ୍ଟାର୍‌ ଅକ୍ଷୟ କୁମାର କହିଛନ୍ତି। ଅକ୍ଷୟ କୁମାର ଫିଲ୍ମର ପୋଷ୍ଟର ଜାରି କରି ସାରାଗଢ଼ିର ଶହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

publive-image

ସେ ନିଜର ଟ୍ୟୁଟରରେ ‘କେସରୀ’ର ପୋଷ୍ଟର ସେଆର କରି ଲେଖିଛନ୍ତି;‘ଆଜି ମୋର ପଗଡ଼ି ବି କେଶରୀ,ଯେଉଁ ଲହୁ ବୋହିବ,ତାହା ବି କେସରିଆ; ମୋର ଜବାବ୍‌ ମଧ୍ୟ କେସରୀ। ଏହାର ସୁଟିଂ ଜାନୁଆରି ମାସରେ ଆରମ୍ଭ ହୋଇଥିଲା। ‘କେସରୀ’ ୨୦୧୯ ମାର୍ଚ୍ଚ ୨୧ ତାରିଖରେ ରିଲିଜ୍‌ ହେବ ବୋଲି ଜଣା ଯାଇଛି। କରଣ ଜୋହର,ଅରୁଣ ଭାଟିଆ,ହୀରୁ ୟଶ ଜୋହର୍‌,ଅପୂର୍ବା ମେହେଟ୍ଟା ଓ ସୁନୀଲ କ୍ଷେତ୍ରପଲଏହାର ପ୍ରଯୋଜକ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe